ETV Bharat / state

ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ବର୍ଗଦାର - ସର୍ବସାଧାରଣଙ୍କ ପାଇଁ ଖୋଲିଲା ନୂଆ ସ୍ବର୍ଗଦାର

ଶନିବାର ସର୍ବସାଧାରଣଙ୍କ ବ୍ୟବହାର ଲାଗି ଖୋଲିଲା ପୁରୀର ନୂଆ ସ୍ବର୍ଗଦାର । ଅଧିକ ପଢନ୍ତୁ...

ସର୍ବସାଧାରଣଙ୍କ ପାଇଁ ଖୋଲିଲା ନୂଆ ସ୍ବର୍ଗଦାର
ସର୍ବସାଧାରଣଙ୍କ ପାଇଁ ଖୋଲିଲା ନୂଆ ସ୍ବର୍ଗଦାର
author img

By

Published : May 15, 2021, 1:01 PM IST

ପୁରୀ: ସ୍ବର୍ଗଦ୍ବାର ନବୀକରଣ ହେବା ପରେ ଆଜି(ଶନିବାର) ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହା ଲୋକାର୍ପଣ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଶନିବାର ଏହାକୁ ଲୋକାର୍ପଣ କରିଛନ୍ତି। ସ୍ବର୍ଗଦ୍ବାରକୁ ନୂତନ ଶୈଳୀରେ ନିର୍ମାଣ କରାଯାଇଛି । ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ 6 କୋଟି 30 ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି ।

ସ୍ବର୍ଗଦ୍ବାରର ମୃତଦେହ ଦାହ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ପ୍ରୀକାଷ୍ଟ କଙ୍କ୍ରିଟ ଦ୍ବାରା ନିର୍ମାଣ କରାଯାଇଛି। ଏଥିରେ ୨୮ଟି ମୃତଦେହ ଦାହ ପିଣ୍ଡି ରହିଛି। ନୂଆ ସ୍ବର୍ଗଦ୍ବାରରେ ଏକକାଳୀନ ୨୮ଟି ମୃତଦେହ ଦାହ କରାଯାଇପାରିବ। ଉପଯୁକ୍ତ ପରିବେଶ ପାଇଁ ଶବଦାହ କେନ୍ଦ୍ରର ଚତୁର୍ପାର୍ଶ୍ବକୁ ଗ୍ରୀନେରୀ କରାଯାଇଛି। ମୃତଦେହ ଦାହ ସମୟରେ ପରିବେଶ ସନ୍ତୁଳନ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ନିର୍ମାଣ କରାଯାଇଛି ସ୍ବର୍ଗଦ୍ବାର। ଲୋକଙ୍କୁ ଶୋଷଣ ମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ନୂଆ ସ୍ବର୍ଗଦାର

ଏଣିକି ଲୋକମାନେ ସ୍ବର୍ଗଦ୍ବାରରେ ହୋଇଥିବା କାଉଣ୍ଟରରେ ଅର୍ଥ ପୈଠ କରି ଗୋଟିଏ ଜାଗାରୁ କାଠ , ବିଭିନ୍ନ ସାମଗ୍ରୀ କିଣି ପାରିବେ। ନୂଆ ବ୍ୟବସ୍ଥାକୁ ପରିଚଳନା ପାଇଁ 28 ଜଣ କର୍ମଚାରୀ ରହିଛନ୍ତି। ସେହିପରି 50 ଜଣ ବାହକ ରହିଛନ୍ତି। ସେହିପରି ସ୍ବର୍ଗଦ୍ବାରରେ ଶୌଚାଳୟ , ପାନୀୟ ଜଳ ବ୍ୟବସ୍ଥା, ପ୍ରତୀକ୍ଷା ଗୃହ, ଗାଡି ପାର୍କିଂ ଷ୍ଟାଣ୍ଡ ଆଦି ବ୍ୟବସ୍ଥା ହୋଇଛି । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.