ETV Bharat / state

ଆସୁଛି ସ୍ନାନ ପୂର୍ଣ୍ଣିମା, ଗରାବଡୁ ସେବାୟତଙ୍କ ଆରମ୍ଭ ହେଲା ସ୍ବାବ ସଂଗ୍ରହ

author img

By

Published : May 29, 2020, 5:37 PM IST

ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଆସୁଥିବା ବେଳେ ଗରାବଡୁ ନିଯୋଗର ମହାପ୍ରଭୁଙ୍କ ପାଖରେ ରହିଛି ଗୁରୁତ୍ବପୂର୍ଣ୍ଣ ସେବା । ଶୁକ୍ରବାରଠାରୁ ଗରାବଡୁ ସେବକଙ୍କ ସ୍ବାବ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ମୋଟ 172 ଜଣ ଗରାବଡୁ ସେବକଙ୍କ କୋଭିଡ ଟେଷ୍ଟ ହେବା ନେଇ ସୂଚନା ରହିଛି ।

snana purnima, garabadu sevoits, puri latest news, rathayatra preparation in shrimandir, swab collection of garabadu sevoits, ସ୍ନାନ ପୂର୍ଣ୍ଣିମା, ଗରାବଡୁ ସେବକ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ଶ୍ରୀମନ୍ଦିରରେ ରଥଯାତ୍ରା ପ୍ରସ୍ତୁତି, ଗରାବଡୁ ସେବକଙ୍କ ସ୍ବାବ ସଂଗ୍ରହ
ଆସୁଛି ସ୍ନାନ ପୂର୍ଣ୍ଣିମା, ଗରାବଡୁ ସେବାୟତଙ୍କ ଆରମ୍ଭ ହେଲା ସ୍ବାବ ସଂଗ୍ରହ

ପୁରୀ: ଶ୍ରୀମନ୍ଦିରରେ କାର୍ଯ୍ୟରତ 150 ଜଣ ଦଇତାପତି ସେବାୟତଙ୍କ କୋଭିଡ-19 ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ ସରିଥିବା ବେଳେ ଶୁକ୍ରବାରଠାରୁ ଗରାବଡୁ ସେବକଙ୍କ ସ୍ବାବ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ମୋଟ 172 ଜଣ ଗରାବଡୁ ସେବକଙ୍କ କୋଭିଡ ଟେଷ୍ଟ ହେବା ନେଇ ସୂଚନା ରହିଛି । 29 ଓ 30 ତାରିଖ ଦୁଇ ଦିନ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ ସଂଗ୍ରହ ନେଇ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।

ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଆସୁଥିବା ବେଳେ ଗରାବଡୁ ନିଯୋଗର ମହାପ୍ରଭୁଙ୍କ ପାଖରେ ରହିଛି ଗୁରୁତ୍ବପୂର୍ଣ୍ଣ ସେବା । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଏହି ଗରାବଡୁ ସେବକମାନେ ଜଳ ଆଣି ପ୍ରଦାନ କରିଥାନ୍ତି । ଏଣୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଯେଉଁ ଗରାବଡୁ ସେବାୟତମାନେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ରହିବେ ସେମାନଙ୍କର କୋଭିଡ ଟେଷ୍ଟ ହେବ। ସେମାନେ ମଧ୍ୟ ହୋମ କ୍ଵାରେଣ୍ଟାଇନରେ ରହିବେ ।

ପୂର୍ବରୁ ଦଇତାପତି ସେବକ, ବିଶ୍ବକର୍ମା ମହାରଣାଙ୍କ ସମେତ ରଥ ନିର୍ମାଣରେ ଥିବା ସମସ୍ତ ସେବକ କୋଭିଡ ଟେଷ୍ଟ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ବ୍ୟବସ୍ଥା ହୋଇଥିବା ସ୍ବତନ୍ତ୍ର କ୍ଵାରେଣ୍ଟାଇନରେ ରହିଥିଲେ । ବିଶେଷ କରି ସ୍ନାନ ଯାତ୍ରାରେ ସାମାଜିକ ଦୂରତ୍ବକୁ ପାଳନ ସମ୍ଭବ ନୁହେଁ ବୋଲି ଜଣାପଡିବା ପରେ ଏହି କୋଭିଡ ଟେଷ୍ଟ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ସମସ୍ତ ନିଯୋଗର ଶ୍ରୀମନ୍ଦିର ସେବାୟତ ସମର୍ଥନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.