ETV Bharat / state

ବାଲୁକା କଳାରେ ମହାଶିବରାତ୍ରୀ ଶୁଭେଚ୍ଛା

author img

By

Published : Feb 17, 2023, 9:50 PM IST

Updated : Feb 17, 2023, 9:56 PM IST

ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମହାଦେବଙ୍କ ଚିତ୍ରକଳା କରି ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ବାଲୁକା କଳାରେ ମହାଶିବରାତ୍ରୀ ଶୁଭେଚ୍ଛା
sand art for shivaratri
ବାଲୁକା କଳାରେ ମହାଶିବରାତ୍ରୀ ଶୁଭେଚ୍ଛା

ପୁରୀ: ରାତି ପାହିଲେ ମହାଶିବରାତ୍ରୀ । ପବିତ୍ର ଶିବରାତ୍ରିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମୀରେ ସେ ଏହି ବାଲୁକା ଚିତ୍ରକଳା କରିଛନ୍ତି । ସାରା ବିଶ୍ଵରେ ଶାନ୍ତି ବଜାୟ ରହିବା ପାଇଁ ସେ ମହାଦେବଙ୍କୁ ପ୍ରାର୍ଥନା କରିଛନ୍ତି । ପୁରୀ ନୀଳାଦ୍ରି ବିଚରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ଚିତ୍ରକଳା ତିଆରି କରିଥିବା ବେଳେ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ବାଲୁକା ଚିତ୍ରକଳାରେ ପ୍ରଭୁ ଶିବକଙ୍କ 5ଟି ପ୍ରତିକୃତି ସମେତ 8ଟି ଶିବଲିଙ୍ଗ ତିଆରି କରାଯାଇଛି । ଯାହା ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛି । ଶିବଙ୍କ ପ୍ରତିକୃତି ତିଆରି କରି ବିଶ୍ବରେ ଶାନ୍ତି କାମନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ବିଶ୍ବ ଶାନ୍ତି ନେଇ ବାର୍ତ୍ତା ରହିଛି । ଏହି ବାଲୁକା କଳାକୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ: ଅପହଞ୍ଚ ଇଲାକାରେ ନାହିଁ ଶିକ୍ଷା ବ୍ୟବସ୍ଥା, କଲମ ଧରି ପାଠ ପଢିବା ବଦଳରେ ଧୂଳିରେ ଖେଳୁଛନ୍ତି ପିଲାଏ

ଅନ୍ୟପଟେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆକର୍ଷଣୀୟ ବାଲୁକା କଳା କରିଛନ୍ତି । ପୁରୀ ବାଲିଗୁଆଳୀ ଶିବ ମନ୍ଦିରରେ ମହାଦେବଙ୍କ ଏକ ବିଶାଳ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ଏହି ଚିତ୍ରକଳାଟିର ଉଚ୍ଚତା 6 ଫୁଟ ରହିଥିବାବେଳେ ଓସାର 12 ଫୁଟ ରହିଛି । ଏଥିରେ 10 ଟନ ବାଲିର ବ୍ୟବହାର କରାଯାଇଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ 6 ଘଣ୍ଟା ସମୟ ଲାଗିଥିବା ଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି । ପ୍ରତିବର୍ଷ ଜାଗର ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ପ୍ରଭୁ ଶିବଙ୍କ ବିଶାଳ ବାଲୁକା ଚିତ୍ରକଳା କରି ଭକ୍ତଙ୍କୁ ଶୁଭେଚ୍ଛା ଦେଇଥାନ୍ତି । ମହାଦେବ ସବୁ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତୁ ବୋଲି ସୁଦାମ ଶିବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆନ୍ଦୋଳନକୁ ଓହ୍ଲାଇଲା ବିଜେପି ଯୁବମୋର୍ଚ୍ଚା, ସବୁ ନିର୍ବାଚନ ମଣ୍ଡଳୀରେ ଜଳିବ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା

ଆସନ୍ତାକାଲି (ଶନିବାର) ଜାଗର ଅବସରରେ ଶ୍ରୀକ୍ଷେତ୍ର ହେବ ଭକ୍ତମୟ । ବିଶେଷ କରି ପୁରୀର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲୋକନାଥ ଦେବଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେବ ପ୍ରଭୁ ଲୋକନାଥଙ୍କ ଜାଗର ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଚଳିତ ଥର କୋଭିଡ କଟକଣା ନ ଥିବାରୁ ଜାଗରରେ ପ୍ରଭୁ ଲୋକନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

Last Updated : Feb 17, 2023, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.