ETV Bharat / state

#ଏୟାରଷ୍ଟ୍ରାଇକ: ବାଲୁକା କଳାରେ ସେନାଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

author img

By

Published : Feb 26, 2019, 11:54 PM IST

ପ୍ରଖ୍ୟାତ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀରେ ବାଲୁକାକଳା ଦ୍ବାରା ସେନାଙ୍କୁ ଜଣାଇଛନ୍ତି ସଲାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁଲୱାମା ଆକ୍ରମଣର 12 ଦିନ ପରେ ବାୟୁସେନା ମାଧ୍ୟମରେ ପ୍ରତିଶୋଧ ନେଲା ଭାରତ। ଆଉ ବାୟୁସେନାଙ୍କ ଏହି ସାହସିକତା ପାଇଁ ବିଶ୍ବ ପାଳୁଛି ବିଜୟ ଦିବସ । ସାରାବିଶ୍ବରୁ ଭାରତୀୟ ବାୟୁସେନାଙ୍କ ନିକଟକୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟୁଥିବାବେଳେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀରେ ବାଲୁକାକଳା ଦ୍ବାରା ସେନାଙ୍କୁ ଜଣାଇଛନ୍ତି ସଲାମ ।

ପାକିସ୍ତାନର ପିଓକେ ପ୍ରବେଶ କରି ଆତଙ୍କୀଙ୍କ ଆଡ୍ଡାକୁ ଧ୍ବଂସ କରିଛନ୍ତି ବାୟୁସେନା । ଏୟାରଷ୍ଟ୍ରାଇକ ମାଧ୍ୟମରେ ପାକିସ୍ତାନରେ ପୁଣି ଥରେ ବିଛାଯାଇଛି ଭୟ । ତେବେ ଏହି ସମସ୍ତ ଘଟଣାକୁ ବାଲୁକା କଳାରେ ସ୍ଥାନ ଦେଇଛନ୍ତି ସୁଦର୍ଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅତି ଆକର୍ଷଣୀୟ ଭାବେ ଯୁଦ୍ଧ ବିମାନକୁ ସ୍ଥାନ ଦେଇଥିବା ବେଳେ ଫାଇଟ ଏଗେଷ୍ଟଂ ଟେରୋରିଜିମ ଲେଖି ଭାରତୀୟ ବାୟୁ ସେନାକୁ ଉତ୍ସାହିତ କରିଛନ୍ତି । ଆଉ ଏହି ସମୟରେ ସାରା ଦେଶବାସୀ ଏକାଠି ହୋଇ ସେନାକୁ ସମର୍ଥନ ଓ ଦୃଢ ମନୋବଳ ଦ୍ବାରା ଗର୍ବିତ ଅନୁଭବ କରିବାକୁ ଅପିଲ ମଧ୍ୟ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.