ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଆଲୋଚନା ହେଲାନି ରତ୍ନଭଣ୍ଡାର ପ୍ରସଙ୍ଗ

author img

By

Published : Sep 27, 2022, 5:26 PM IST

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଆଲୋଚନା ହେଲାନି ରତ୍ନଭଣ୍ଡାର ପ୍ରସଙ୍ଗ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଆଲୋଚନା ହେଲାନି ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ବୈଠକ ପୂର୍ବାହ୍ନ ୧୧ଟା ରୁ ଆରମ୍ଭ ହୋଇଥିଲା । ତେବେ ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଏଜେଣ୍ଡାରେ ନଥିବାରୁ ବୈଠକରେ ଆଲୋଚନା ହୋଇନାହିଁ ।

ସେପଟେ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଗତ ୨୨ ତାରିଖରେ ବସିଥିବା ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି । କାର୍ତ୍ତିକ ମାସରେ ଶୃଙ୍ଖଳିତ ନୀତି, ଦର୍ଶନ ବ୍ୟବସ୍ଥା, ସୁବିଧାରେ ମହାପ୍ରସାଦ ଯୋଗାଣ ନେଇ ବୈଠକରେ ଆଲୋଚନା ହୋଇଛି । ପୁରୀ, ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଜମି ପାଇଁ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର ବା ଓରସାକ୍ Odisha Space Applications Centre (ORSAC)କୁ ଦାୟିତ୍ଵ ଦିଆଯାଇଛି । ସମସ୍ତ ଜମିର ଏରିଏଲ୍ ସର୍ଭେ କରାଯିବା ପରେ ପ୍ରକଳ୍ପ ପ୍ରସ୍ତୁତ କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିବ । ପରେ କମିଟି ଆଲୋଚନା କରି ରାଜ୍ୟ ସରକାରଙ୍କୁ ପଠାଇବ ।

ତେବେ ସମସ୍ତ ଜମି ରେକର୍ଡର ଡିଜିଟାଇଜେସନ ଓ ଡାଟାବେସ୍‌ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।‌ ସେହିପରି ଆଦର୍ଶ ଗୁରୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମି ଲିଜରେ ଦିଆଯାଇଛି ।‌ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି । ଆସନ୍ତା ପରିଚାଳନା କମିଟି ବୈଠକରେ ବିର୍ଲା ଫାଉଣ୍ଡେସନ ସହ ମାଷ୍ଟର ପ୍ଲାନ୍ ନେଇ ବିସ୍ତୃତ ଆଲୋଚନା କରାଯିବ । ସେହିପରି ବୈଠକରେ ସେବାୟତ ବାସଗୃହ ଯୋଜନା ଅଗ୍ରଗତିର ସମୀକ୍ଷା କରାଯାଇଛି । ହରଚଣ୍ଡି ସାହି ମୌଜାରେ ପାଚେରୀ ନିର୍ମାଣ କରିବା ପାଇଁ ଆସନ୍ତା ଅକ୍ଟୋବର ୬ରେ ଟେଣ୍ଡର ଖୋଲାଯିବ ।

ଅନ୍ୟପଟେ ଭିତର ରତ୍ନଭଣ୍ଡାର ଦୁର୍ବଳ ଓ ଖରାପ ଥିବା ପୂର୍ବରୁ ଏଏସଆଇ ସୁପରିଟେଣ୍ଡେଣ୍ଟ ଜଣାଇଥିବାରୁ ଏହାର ମରାମତି ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ପ୍ରତିକ୍ରିୟା ରଖିଛନ୍ତି । ତେବେ ପରିଚାଳନା କମିଟି ବୈଠକର ମୁଖ୍ୟ ଫୋକସ୍ ଥିଲା କାର୍ତ୍ତିକ ମାସ ନୀତି ଶୃଙ୍ଖଳିତ କରିବା, ସେବାୟତ ପରିବାରର ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ଓ ସେବାୟତ ଆବାସ ଯୋଜନା ।

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ପରିଚାଳନା କମିଟିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।‌ ଏହାଛଡା ଆସନ୍ତା ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.