ETV Bharat / state

ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ - ମଠ ମନ୍ଦିରର ପୁରାତନ କାରୁକାର୍ଯ୍ୟ

Sudarsan Patnaik writes letter to CM Naveen: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କିଛି ମଠ ମନ୍ଦିରର ପୁରାତନ କାରୁକାର୍ଯ୍ୟକୁ ଭଙ୍ଗାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

Sudarsan Patnaik writes letter to CM Naveen

author img

By ETV Bharat Odisha Team

Published : Dec 16, 2023, 8:12 PM IST

Updated : Dec 16, 2023, 8:40 PM IST

ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ମନ୍ଦିରର ପୁରାତନ କଳା ଭାସ୍କର୍ଯ୍ୟର ସୁରକ୍ଷା ଓ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରାତନ ମଠ ମନ୍ଦିରରେ ଥିବା କାରୁକାର୍ଯ୍ୟକୁ ନିର୍ମାଣକାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ ଓ ଓଡ଼ିଶା ସେତୁ ନିର୍ମାଣ ନିଗମ ଭାଙ୍ଗି ସାଧା ଖଣ୍ଡେ ଲାଇଟ ପଥର ଲଗାଉଥିବା ଦେଖିବାକୁ ମିଳିଛି । ଏହାକୁ ପଦ୍ମଶ୍ରୀ ସୁଦର୍ଶନ ତୀବ୍ର ପ୍ରତିବାଦ କରିଛନ୍ତି ।

ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ
ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ

ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ପାଇଁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ ପରିକ୍ରମା ପ୍ରକଳ୍ପ ଭିତରେ ଥିବା ପୁରାତନ ମଠ, ମନ୍ଦିରର ପୁନରୁଦ୍ଧାର ସହ ଉନ୍ନତିକରଣ ଚାଲିଛି । ତେବେ ପୁରାତନ ମଠ ମନ୍ଦିରରେ ଥିବା କାରୁକାର୍ଯ୍ୟକୁ ନିର୍ମାଣକାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ ଓ ଓଡ଼ିଶା ସେତୁ ନିର୍ମାଣ ନିଗମ ଭାଙ୍ଗି ସାଧା ଖଣ୍ଡେ ଲାଇଟ ପଥର ଲଗାଉଥିବା ଦେଖିବାକୁ ମିଳିଛି । ଏହା ବିରୋଧରେ ପ୍ରତିବାଦ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଏହା ବି ପଢନ୍ତୁ- Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଓଡ଼ିଶାର କଳା ସଂସ୍କୃତି ଆଜି ସାରା ବିଶ୍ଵ ବିଦିତ । ଓଡ଼ିଶା କଳା ସଂସ୍କୃତିକୁ ନେଇ ସାରା ବିଶ୍ଵରେ ରାଜ୍ୟର ସ୍ଵତନ୍ତ୍ର ସୁନାମ ରହିଛି । ସାରା ବିଶ୍ଵବାସୀ ଓଡ଼ିଶାକୁ କଳା କାରୁକାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପରିକ୍ରମା ପ୍ରକଳ୍ପ ଆଳରେ ପୁରାତନ ମଠ ମନ୍ଦିରର ପୁରାତନ କାରୁକାର୍ଯ୍ୟକୁ ସଂରକ୍ଷଣ ରଖିବା ପରିବର୍ତ୍ତେ ଏଗୁଡ଼ିକୁ ଭାଙ୍ଗି ଦିଆଯାଉଛି । ଯାହାକି ଦୁଃଖ ଦାୟକ । ଆଗାମୀ ଦିନରେ ଆମର ପରବର୍ତ୍ତୀ ପିଢ଼ି ଆମର କିଭଳି କଳା ଭାସ୍କର୍ଯ୍ୟ ଥିଲା କେମିତି ଜାଣିବେ ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି ।

ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ
ବିପଦରେ ପୁରାତନ କଳା ଭାସ୍କର୍ଯ୍ୟ

ଏନେଇ ସେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କଳା କାରୁକାର୍ଯ୍ୟକୁ କିଭଳି ସୁରକ୍ଷା ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ସେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିବା ବେଳେ ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ହସ୍ତକ୍ଷେପ ନ କରିବା ତାଙ୍କୁ ବେଶ ଦୁଃଖ ଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Dec 16, 2023, 8:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.