ETV Bharat / state

ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗ: ଉଭୟ ଜିଦରେ ଅଟଳ, ଆଜି ବି ହୋଇପାରିଲାନି ନୀତି

ଆଜି ବି ତୁଟିଲାନି ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ନିଜ ଜିଦ୍‌ରେ ଅଟଳ ଥିବାବେଳେ କାଲି ବସିବ ସବକମିଟି ବୈଠକ । ଅଧିକ ପଢନ୍ତୁ

author img

By

Published : Jul 27, 2023, 8:03 PM IST

Updated : Jul 27, 2023, 8:15 PM IST

Banaka ritual controversy
Banaka ritual controversy
ମହାପ୍ରଭୁଙ୍କ ବନକ ଲାଗି ବିବାଦ ପ୍ରସଙ୍ଗ: ଉଭୟ ଜିଦରେ ଅଟଳ, ଆଜି ବି ହୋଇପାରିଲାନି ନୀତି

ପୁରୀ: ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗ । ବିବାଦର ସମାଧାନ ନେଇ ଆସନ୍ତାକାଲି ବସିବ ନୀତି ସବ କମିଟି ବୈଠକ । କମିଟିର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବ ଶ୍ରୀମନ୍ଦିର ପ୍ରଶାସନ । ସ୍ଵତ୍ତ୍ଵଲିପି ଅନୁଯାୟୀ ବୁଧବାର ଏବଂ ଗୁରୁବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇପାରିବ । ଆଜି ଗୁରୁବାର ହୋଇଥିବାରୁ ଏହି ନୀତି ସମ୍ପାଦନ ପାଇଁ ଦତ୍ତମହାପାତ୍ର ସେବାୟତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିବା ବେଳେ ପ୍ରଶାସନ ରୋକ ଠୋକ ମନା କରିଛି ।

ବନକଲାଗି ନୀତିକୁ ନେଇ ନିଜ ଜିଦରେ ଅଟଳ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ । ଆଜି ଗୁରୁବାର ଥିବାରୁ ଦତ୍ତମହାପାତ୍ର ନିଯୋଗ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବାବେଳେ ଏହା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ବୁଧବାର ଦିନ ହିଁ ବନକଲାଗି ନୀତି କରାଯିବାକୁ ଦତ୍ତ ମହାପାତ୍ର ନିଯୋଗକୁ ରୋକ୍‌ ଠୋକ୍ ଶୁଣାଇଛି ଶ୍ରୀମନ୍ଦିର ପ୍ରଶାସନ । ସ୍ଵତ୍ତ୍ଵଲିପି ଅନୁଯାୟୀ ବୁଧବାର ଏବଂ ଗୁରୁବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇପାରିବ । ତେବେ ଆଜି ଗୁରୁବାର ହୋଇଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପାଦନ ପାଇଁ ଦାବି ରଖିଥିବା ଦତ୍ତମହାପାତ୍ର ସେବାୟତ ଆଜି ଶ୍ରୀମନ୍ଦିରକୁ ଯାଇ ବନକଲାଗି ନୀତି କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଜଣାଇଥିଲେ ।

ଏହା ବି ପଢନ୍ତୁ- ବନକଲାଗିକୁ ନେଇ ତେଜୁଛି ବିବାଦ, ବୁଧବାର ନୀତି କରିବାକୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍‌

ତେବେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ବୁଧବାର ଦିନ ହିଁ ବନକଲାଗି ନୀତି ହେବା ନେଇ ନିଷ୍ପତ୍ତି ହୋଇଥିବାରୁ ଆଜି ଗୁରୁବାର ଏହି ନୀତି ହୋଇପାରିବ ନାହିଁ ବୋଲି କହିଥିଲେ । ପରେ ଦତ୍ତମହାପାତ୍ର ସେବାୟତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଆଜି ବନକଲାଗି ନୀତି କରିବା ପାଇଁ ଦାବି କରିଥିଲେ । ହେଲେ ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତିକୁ ବଦଳାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି କରିବା ପାଇଁ ଲିଖିତ ଆକାରରେ ଦେବା ପାଇଁ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ସେପଟେ ଦତ୍ତମହାପାତ୍ର ନିଯୋଗ ଏନେଇ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନେବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ । ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲି ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନୀତି ସବକମିଟି ବୈଠକ ଡକାଯାଇଛି । ବନକଲାଗି ନୀତିକୁ ନେଇ ଚାଲିଥିବା ଅଚଳାବସ୍ଥା କିଭଳି ଦୂର ହୋଇପାରିବ ତଥା କ'ଣ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ତେବେ ଦତ୍ତମହାପାତ୍ର ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ନମାନି ନିଜ ଜିଦରେ ଅଟଳ ଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନଥିବା ବେଳେ ନିଜ ଜିଦରୁ ଦତ୍ତମହାପାତ୍ର ନିଯୋଗ ଓହରି ମହାପ୍ରଭୁଙ୍କ ବନକଲାଗି ନୀତିକୁ ଆଗେଇ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି । ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ ଯୋଗୁଁ ନିଳାଦ୍ରୀ ବିଜେ ପରଠାରୁ ଅର୍ଥାତ ଆଜିକୁ ୨୬ ଦିନ ହେଲା ଏହି ନୀତି ହୋଇପାରି ନାହିଁ । ଆସନ୍ତାକାଲି ନୀତି ସବକମିଟି ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ କ'ଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ପୁରୀ

Last Updated : Jul 27, 2023, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.