ETV Bharat / state

ବଦଳୁଛି ଶିକ୍ଷା ବ୍ୟବସ୍ଥା; ଜାପାନୀ ଭାଷା ଶିଖିଲେ, ଜାପାନରେ ଚାକିରି କରିବେ ତିନି ଓଡିଆ ପୁଅ

ଜାପାନୀ ଭାଷାରେ ଶିକ୍ଷା ହାସଲ କରି ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚ ବେତନରେ କର୍ମନିଯୁକ୍ତି ପାଇଲେ ପୁରୀର ତିନିଜଣ ଛାତ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 8, 2023, 9:30 PM IST

ଜାପାନୀ ଭାଷା ଶିକ୍ଷି ଜାପାନରେ ଚାକିରି କରିବେ ଓଡିଅ ପୁଆ

ପୁରୀ: ଜାପାନୀ ଭାଷା ଶିକ୍ଷି ଜାପାନରେ ଚାକିରି କରିବେ ଓଡିଅ ପୁଆ। ଜାପାନୀ ଭାଷାରେ ଶିକ୍ଷା ହାସଲ କରି ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚ ବେତନରେ ନିଯୁକ୍ତି ପାଇଲେ ପୁରୀର ତିନିଜଣ ଛାତ୍ର । ଏହି ତିନିଜଣ ଛାତ୍ର ହେଉଛନ୍ତି ବିଜୟ ବେହେରା, ସିଦ୍ଧାର୍ଥ ରାଉତ ଓ ବିଶ୍ବଜିତ ମହାରଣା । ଏମାନେ ଶିକ୍ଷାଲାଭ କରିଥିବା ଓଡ଼ିଶାର ପ୍ରଥମ ଜାପାନୀ ଭାଷା ଶିକ୍ଷାଦାନ କରୁଥିବା ଶିକ୍ଷାନୁଷ୍ଠାନ ହେଲା ଚନ୍ଦ୍ରଶେଖର ଏକାଡେମୀ । ଏପଟେ ନିଯୁକ୍ତି ପାଇବା ପରେ ତିନିଜଣ ଛାତ୍ରଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

କର୍ମ ନିଯୁକ୍ତି ପାଇଥିବା ଛାତ୍ର ବିଶ୍ବଜିତ ମହାରଣା କହିଛନ୍ତି, ‘‘କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତପ୍ରାପ୍ତ ନ୍ୟାସନାଲ୍ ଇନଷ୍ଟିଚୁଟ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜିରେ ‘ଏ ଲେବଲ୍’ କୋର୍ସ କରିଛନ୍ତି । ଏହି କୋର୍ସରେ ଶିକ୍ଷା ଲାଭ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜାପାନରେ ତାଙ୍କୁ ମିଳିଛି ଏହି କର୍ମନିଯୁକ୍ତି ।’’

କର୍ମ ନିଯୁକ୍ତି ପାଇଥିବା ଅନ୍ୟଜଣେ ଛାତ୍ର ବିଜୟ ବେହେରା କହିଛନ୍ତି, ‘‘ଯୁଗ ବଦଳିବା ସହ ଶିକ୍ଷା ମଧ୍ୟ ଜଗତୀକରଣ ହେଉଛି । ଯୁଗ ସହ ତାଳ ଦେଇ ଆଇଟି କୋର୍ସ ସହ ଉନ୍ନତ ଦେଶ ଭାଷା ଶିକ୍ଷା ଲାଭ କରିବା ଦ୍ବାରା ନିଯୁକ୍ତିର ସୁଯୋଗ ବଢିଥାଏ । ତେଣୁ ପାଠ ସହ ଅନ୍ୟଦେଶର ଭାଷା ମଧ୍ୟ ଶିକ୍ଷାଲାଭ କରିବା ଜରୁରୀ ।’’

ଏହା ବି ପଢନ୍ତୁ.. ପୁରୀରେ ଜାପାନୀ ଭାଷା ଶିକ୍ଷା କେନ୍ଦ୍ର: ବଢୁଛି ଚାହିଦା, ଆଗ୍ରହ ଦେଖାଉଛନ୍ତି ଛାତ୍ରଛାତ୍ରୀ

ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଜାପାନର ବଡ଼ ଆଇଟି କମ୍ପାନୀରେ କର୍ମ ନିଯୁକ୍ତି ଦେବାପାଇଁ ଏକ ଅଭିଯାନ ସ୍ବରୂପ ଗତ ୨୦୦୪ ମସିହାରେ ପୁରୀ ବାଲିଘାଇ ନିକଟରେ ଚନ୍ଦ୍ରଶେଖର ଏକାଡେମୀ ସ୍ଥାପନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟୀର ଶିକ୍ଷାଦାନ ପାଇଁ ନର୍ସରୀରୁ ଯୁକ୍ତ ୨ ବିଜ୍ଞାନ ପର୍ଯ୍ୟନ୍ତ ପାଠପଢ଼ା ବ୍ୟବସ୍ଥା ଏବଂ ମାଗଣାରେ ଜାପାନୀ ଭାଷା ଶିକ୍ଷା ବ୍ୟବସ୍ଥା କରିଛନ୍ତି । ତେବେ ଯେଉଁ ଲକ୍ଷ୍ୟ ନେଇ ଏହି ଅନୁଷ୍ଠାନ ଗଢା ହୋଇଥିଲା ତାହା ଧିରେ ଧିରେ ସଫଳତା ଆଡକୁ ଯାଉଥିବା ଏକାଡେମୀର ଅଧ୍ୟକ୍ଷ ଶ୍ରୀମନ୍ତ କୁମାର ଦାଶ କହିଛନ୍ତି ।

ଚନ୍ଦ୍ରଶେଖର ଏକାଡେମୀ ଅଧ୍ୟକ୍ଷ ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ‘‘ଆଜିର ଅଭିଭାବକମାନେ ନିଜର ପିଲାଙ୍କୁ କେବଳ ସେହି ପାରମ୍ପରିକ ପାଠ ନପଢ଼ାଇ କିଛି ଉନ୍ନତ ଦେଶର ଭାଷା ଶିକ୍ଷା ଦେବା ଦରକାର । ଯାହା ଦ୍ବାରା ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ । ତଥା ଭାରତ ସହ ଅନ୍ୟ ଦେଶର ସମ୍ପର୍କ ମଧ୍ଯ ଭଲ ହେବ ।’’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ବଡ଼ ବଡ଼ କମ୍ପାନୀକୁ ଆମନ୍ତ୍ରଣ କରିଥିଲେ। ଜାପାନୀ ଭାଷା ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଓଡିଶା ଏବଂ ଜାପାନର କମ୍ପାନୀରେ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ବଢିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.