ETV Bharat / state

ଉଠା ଦୋକାନୀଙ୍କୁ ଥଇଥାନ ଦାବି, ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ - puri Street vendor association

Street vendor association Demands: ଉଠା ଦୋକାନୀଙ୍କୁ ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର । ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ । ଆଗକୁ ପଢ଼ନ୍ତୁ

ଉଠା ଦୋକାନୀ ସଂଘ
ଉଠା ଦୋକାନୀ ସଂଘ
author img

By ETV Bharat Odisha Team

Published : Dec 13, 2023, 9:35 PM IST

ଉଠା ଦୋକାନୀ ସଂଘ

ପୁରୀ: ଉଠା ଦୋକାନୀଙ୍କୁ ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ । ଉଚ୍ଛେଦ କାରଣରୁ 2 ଶହ ପରିବାର କ୍ଷତିଗ୍ରସ୍ତ । କ୍ଷତି ପୂରଣ ଦେବା ଶହ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ନେଇ ଆବେଦନ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ମନ୍ଦିର ଉତ୍ତର ଦ୍ୱାର ନିକଟରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରଯାଇଥିଲା । ତେବେ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ଥଇଥାନ କରୁନଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଉଠା ଦୋକାନୀଙ୍କ ମଧ୍ଯରେ ଅସନ୍ତୋଷ ବଢ଼ି ଚାଲିଛି । ଏନେଇ ଉଠା ଦୋକାନୀ ସଂଘ ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଉଠା ଦୋକାନୀଙ୍କୁ କ୍ଷତି ପୂରଣ ଦେବା ଶହ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ନେଇ ଆବେଦନ କରିଛନ୍ତି । ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଶ୍ରୀମନ୍ଦିର ଠାରୁ ମରିଚି କୋଟ ଛକ ଯାଏଁ ଉଠା ଦୋକାନୀଙ୍କୁ କ୍ଷତିପୂରଣ ସହିତ ଥଇଥାନ ବ୍ୟବସ୍ଥା କରାଯାଇଥିବା ବେଳେ ଉତ୍ତର ଦ୍ୱାର ପଟୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ କିଛି ସୁବିଧା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...୩ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି କୃଷକ ମୋର୍ଚ୍ଚା

ଉଠା ଦୋକାନୀ ସଂଘ କର୍ମକର୍ତ୍ତା ଚିନ୍ମୟ ରାଉତ କହିଛନ୍ତି ଯେ, ‘‘ଶ୍ରୀମନ୍ଦିର ଉତ୍ତର ପଟେ 2 ଶହରୁ ଅଧିକ ଉଠା ଦୋକାନି ବ୍ୟବସାୟ କରୁଥିଲେ । ଏହା ଦ୍ଵାର 2 ସହ ପରିବାରରେ ଚୁଲି ଜଳୁଥିଲା । ହେଲେ ପ୍ରଶାସନ ଉଚ୍ଛେଦ କରିଦେଇଥିବାରୁ ରୋଜଗାର ଠପ ହୋଇଯାଇଛି । ଘର ଚଳାଇବା ଅସମ୍ଭବ ହୋଇ ପଡ଼ିଛି । ଶ୍ରୀମନ୍ଦିର ଠାରୁ ମରିଚି କୋଟ ଛକ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ ସହ କ୍ଷତିପୂରଣ ପ୍ରଦାନ କରାଯାଇଛି । ସେହିପରି ଥଇଥାନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛନ୍ତି । ହେଲେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ନା ଥଇଥାନ କରିଛନ୍ତି ନା କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି ।’’ ଏହା ଦ୍ୱାରା ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏଣୁ 2 ଶହରୁ ଊର୍ଦ୍ଧ୍ବ ପରିବାରର ଦାନା ପାଣିକୁ ପ୍ରଶାସନ ବିଚାର କରି କ୍ଷତି ପୂରଣ ରାଶି ପ୍ରଦାନ ସହ ବ୍ୟବସାୟ କରିବା ପାଇଁ ସ୍ଥାନ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଦାବି ପୂରଣ ପାଇଁ ଉଠା ଦୋକାନୀ ସଂଘ ଶାନ୍ତିପୂର୍ଣ୍ଣ ଭାବେ ସବୁ କିଛି କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.