ETV Bharat / state

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ପୁରୀରେ ଉଦଘାଟନ କରିବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ - ପୁରୀରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ସବୁ ଜିଲ୍ଲାରେ ୧୭ ବର୍ଷରୁ କମ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ତେବେ ପୁରୀରେ ଆଜି ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ପୁରୀରେ ଉଦଘାଟନ କରିବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

author img

By

Published : Oct 12, 2022, 7:22 AM IST

ପୁରୀ: ଫୁଟବଲ ଖେଳର ଲୋକପ୍ରିୟତା ବୃଦ୍ଧି ସହିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ । ସବୁ ଜିଲ୍ଲାରେ ୧୭ ବର୍ଷରୁ କମ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପୁରୀରେ ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ ।

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ପୁରୀରେ ଉଦଘାଟନ କରିବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଅଣ୍ଡର୍‌ ୧୭ ମହିଳା ଫିଫା ବିଶ୍ବକପ । ଏଥିପାଇଁ ନଭୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଭେନ୍ୟୁ ଘୋଷଣା ହୋଇଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯାଇଛି । ତେବେ ଓଡିଶାର କୋଣ ଅନୁକୋଣରେ ଫିଫା ବିଶ୍ବକପର କ୍ରେଜ ବୃଦ୍ଧି କରିବା ପାଇଁ ପ୍ରତି ଜିଲ୍ଲାରେ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଏହିଭଳି ଆୟୋଜନ ଖେଳାଳି ମାନଙ୍କୁ ତୃଣମୂଳ ସ୍ତରରୁ ଚୟନ କରିବା ଦିଗରେ ଆହୁରି ସହାୟକ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ଏହି କ୍ରମରେ ପୁରୀ ଜିଲ୍ଲାରେ ଆଜି (ବୁଧବାର) ଠାରୁ ୧୭ ତାରିଖ ଯାଏଁ ଏହି ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହା ୬ ଦିନ ଧରି ଆୟୋଜନ ହେବ । ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେବେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ନେଇ କରିବା ନେଇ କାର୍ଯ୍ୟକ୍ରମ ରହିଛି । ପୁରୀ ଜିଲ୍ଲାର ସମୁଦାୟ ୧୧ଟି ବ୍ଲକ ଓ ପୁରୀ ମୁନିସିପାଲଟିରୁ ଗୋଟିଏ ଟିମକୁ ମିଶାଇ ମୋଟ ୧୮ଟି ଟିମକୁ ନେଇ ପ୍ରତିଯୋଗିତା ହେବ । ସେମାନଙ୍କ ମଧ୍ୟରୁ ୧୨ଟି ୧୭ ବର୍ଷରୁ କମ ବାଳକ ବର୍ଗର ଟିମ ଓ ୬ଟି ବାଳିକା ବର୍ଗର ଟିମ ଅଂଶଗ୍ରହଣ କରିବେ ।

ତେବେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ବିଶ୍ବଜିତ ଘୋଷ । ସେ କହିଛନ୍ତି, "ଆଜି(ବୁଧବାର) ଦିନ ୨ଟା ୩୦ରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦଘାଟନ କରିବେ । ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ କ୍ରୀଡାରେ ସାମିଲ କରିଲେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ହେବ । ଏହାସହ କ୍ରୀଡାକ୍ଷେତ୍ରରେ ଦେଶ, ରାଜ୍ୟ ତଥା ଜାତିର ଟେକ ରଖିବେ । ଏଣୁ ଫୁଟବଲ ଖେଳକୁ ଲୋକପ୍ରିୟ କରାଇବା ପାଇଁ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.