ETV Bharat / state

ଶ୍ରୀସେତୁ ନିର୍ମାଣ ନେଇ ବୈଷୟିକ କମିଟି ବୈଠକ - ଶ୍ରୀସେତୁ ନିର୍ମାଣ ବୈଠକ

ଐତିହ୍ୟପୂର୍ଣ୍ଣ ପୁରୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ସହ ମୂଷା ନଦୀର ସମ୍ପ୍ରସାରଣ ପାଇଁ ୪୬୧ କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀସେତୁ ନିର୍ମାଣ ନେଇ ବୈଷୟିକ କମିଟି ବୈଠକ
ଶ୍ରୀସେତୁ ନିର୍ମାଣ ନେଇ ବୈଷୟିକ କମିଟି ବୈଠକ
author img

By

Published : Nov 13, 2020, 4:39 PM IST

ପୁରୀ: ଐତିହ୍ୟପୂର୍ଣ୍ଣ ପୁରୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ସହ ମୂଷା ନଦୀର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଚାରୋଟି ପ୍ରକଳ୍ପ ପାଇଁ ୪୬୧ କୋଟି ୬୫ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ଶ୍ରୀସେତୁ ନିର୍ମାଣ ନେଇ ବୈଷୟିକ କମିଟି ବୈଠକ

ଏହି ଟଙ୍କା ରାଜ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି । ଟେଣ୍ଡର ପ୍ରକିୟା ସରିଛି । ଆସନ୍ତା ୩୦ ମାସରେ ସମସ୍ତ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ଶୁକ୍ରବାର ଶ୍ରୀସେତୁକୁ ନେଇ ସର୍କିଟ ହାଉସ ପରିସରରେ ଟେକ୍ନିକାଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ ଏବଂ ପୁରା ଟେକ୍ନିକାଲ ଟିମ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବିଶେଷକରି ୯୦ ପ୍ରତିଶତ ଜମି କ୍ରୟ କରାଯାଇଛି । ଆଉ ୧୦ ପ୍ରତିଶତ ଜମିକୁ ଜମି ଅଧିଗ୍ରହଣ ପ୍ରକିୟାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ଓବିସିସି ଏହି କାର୍ଯ୍ୟକୁ ଅଗ୍ରଗତି ପାଇଁ ଉଦ୍ୟମ ଆରମ୍ଭ କରିଛି ଵୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବା ପାଇଁ ପ୍ରସ୍ତୁତ ହୋଇଥିବା ଚାରୋଟି ଯୋଜନାର ଡିଜାଇନ୍ ପ୍ରଶାସନ ପାଇଁ ଚାଲେଞ୍ଜ । କିନ୍ତୁ ଏହା ସଠିକ ସମୟରେ ଶେଷ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.