ETV Bharat / state

ଉଚ୍ଛେଦ ହେବ ମେଘନାଦ ପାଚେରୀକୁ ଲାଗିଥିବା ଜବରଦଖଲ - ହାଇକୋର୍ଟଙ୍କ ରାୟ

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହେବ ଜବରଦଖଲ । ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 14, 2019, 10:34 PM IST

ପୁରୀ: କାର୍ଯ୍ୟକାରୀ ହେବ ହାଇକୋର୍ଟଙ୍କ ରାୟ । ପାଳନ ହେବ ଏନଏସଜିର ପରାମର୍ଶ । ବିଶ୍ବନିୟନ୍ତାଙ୍କ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀକୁ ଲାଗି ରହିଥିବା ଜବରଦଖଲ ସବୁ ଉଛେଦ ହେବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ସରକରୀ ବେସରକାରୀ କୋଠା ସବୁ ଭଙ୍ଗା ଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲାପାଳ ବଳୱନ୍ତ ସିଂ ଆଲୋଚନା କରିଛନ୍ତି । ଚଳିତ ମାସ 19ରେ ଭଙ୍ଗିବା ପାଇଁ ଜିଲାପାଳ
ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣଦ୍ବାର ପଟେ ଥିବା ଶୌଚାଳୟକୁ ଭଙ୍ଗାଯିବ । ତା ପରେ ପର୍ଯ୍ୟାୟ କ୍ରମେ ଭଙ୍ଗା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଜିଲାପାଳ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ କୋଠା ଦୋକାନକୁ ଉଛେଦ କରାଯିବ ବୋଲି କହିଛନ୍ତି ଜିଲାପାଳ । ତେବେ ମେଘନାଦ ପାଚେରୀକୁ ଲାଗି ସିଂହଦ୍ବାର ପଟେ ପ୍ରତିହାରୀ ନିଯୋଗ କୋଠା , ରାମଦୟା ପରିଷଦ, ସିଂହଦ୍ବାର ଫାଣ୍ଡି, ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ରହିଥିବା ବେଳେ ଦକ୍ଷିଣ ଦ୍ବାରରେ ଶୌଚାଳୟ ଓ ଦୁଇଟି ମିଠା ଦୋକାନ ରହିଛି ।

ସେହିପରି ପଶ୍ଚିମଦ୍ବାର ପଟେ ବିଦ୍ୟୁତ ସବଷ୍ଟେସନ ରହିଛି । ଏହି ସବୁ ଭଙ୍ଗାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜିଲାପାଳ ତଥ୍ୟ ମାଗିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ମେଘନାଦ ପାଚେରୀ କୁ ଲାଗିଥିବା ଘର ଭଙ୍ଗାଯିବBody:ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାକୁ ଭଙ୍ଗାଯିବ । ଏ ନେଇ ଜିଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆରମ୍ଭ ହୋଇଛି ବିଚାରବିମର୍ଶ । ଶ୍ରୀମନ୍ଦିରର
ସୁରକ୍ଷା , ଏଏସଆଇର ନିୟମର ଉଲଙ୍ଘନ ସହ ମେଘନାଦ ପାଚେରୀର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ନିଆଯାଉଛି ପଦକ୍ଷେପ । ଚଳିତ ମାସ 19ରେ ଭଙ୍ଗାଯିବା ପାଇଁ ଜିଲାପାଳ ଦେଇଛନ୍ତି
ନିର୍ଦ୍ଦେଶ । ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷଣଦ୍ୱାର ପଟେ ଥିବା ଶୌଚାଳୟକୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ତା ପରେ ପର୍ଯ୍ୟାୟକ୍ରମେ ଭଙ୍ଗା କାର୍ଯ୍ୟ ଜାରୀ ରହିବ । ବୋଲି କହିଛନ୍ତି ଜିଲାପାଳ । ତେବେ
ଏଭଳି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମେଘନାଦ ପାଚେରୀ ନିକଟରୁ ଉଛେଦ କରାଯିବ ବୋଲି କହିଛନ୍ତି ଜିଲାପାଳ ।ତେବେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜିଲା ପ୍ରଶାସନର ଉଛେଦ ପ୍ରକ୍ରିୟାକୁ ସମ୍ପୁର୍ଣ ସହଯୋଗ କରାଯିବା ସହ ଏନଏସଜିଙ୍କ ନିର୍ଦ୍ଦେଶ ମଧ୍ୟ ରହିଥିୁଲା । ତେଣୁ ସୁରକ୍ଷା ଦୃଷ୍ଟି କୋଣରୁ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲାପାଳ ।
)ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ କୋଠା ଭଙ୍ଗାଯିବ । ମେଘନାଦ ପାଚେରୀକୁ ଲାଗି ରହିଥିବା ଅନେକ ଜବରଦଖଲ ହଟିବ । ମାସ 19ରୁ ଆରମ୍ଭ ହେବ ଉଛେଦ ପ୍ରକ୍ରିୟା । ତେବେ ଧାରା 370 ଉଛେଦ ପରେ ମଧ୍ୟ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି
ରହିଥିବା କୋଠାଗୁଡିକ ମନ୍ଦିର ସୁରକ୍ଷା ପାଇଁ ବିପଦପୁର୍ଣ ହୋଇପାରେ । ତା ସହ ପୂର୍ବରୁ ମଧ୍ୟ ଏନଏସଜି ମଧ୍ୟ ପୁରୀ ପୁଲିସକୁ ଏହାକୁ ଉଛେଦ କରିବା ପାଇଁ ଏସପିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ । ତେବେ ମେଘନାଦ ପାଚେରୀକୁ ଲାଗି ସିଂହଦ୍ୱାର ପଟେ ପ୍ରତିହାରୀ ନିଯୋଗ କୋଠା , ରାମଦୟା ପରିଷଦ , ସିଂହଦ୍ୱାର ଫାଣ୍ଡି , ସୁଚନା ଓ ଲୋକସମ୍ପର୍କ ବିଭାଗକୋଠା ରହିଥିବା ବେଳେ ଦକ୍ଷିଣ ଦ୍ୱାରରେ ଶୌଚାଳୟ ଓ ଦୁଇଟି ଖଜା ଦୋକାନ ରହିଛି । ସେହିପରି ପଶ୍ଚିମଦ୍ୱାର ପଟେ ବିଦ୍ୟୁତ ସବଷ୍ଟେସନ ରହିଛି । ତାହା ସବୁ ଭଙ୍ଗାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜିଲାପାଳ ତଥ୍ୟ ମାଗିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟି କୋଣରୁ ଏହି ସବୁ ମେଘନାଦ ପାଚେରୀ ଠାରୁ ଭଙ୍ଗାଯିବା ଆବଶ୍ୟକ । ସେପଟେ
ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନର ଥିବା ଶୌଚାଳୟକୁ ଭଙ୍ଗାଯିବ । ତା ପରେ ବିଦ୍ୟୁତ ସବ ଷ୍ଟେସନକୁ ପର୍ଯ୍ୟାୟ କ୍ରମେ ସୁବିଧା ଦେଖି ସ୍ଥାନାନ୍ତାର ହେବ ।ସେପଟେ ଅନେକ ଥର ଏଏସଆଇ ପକ୍ଷରୁ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ଚିଠି ଲେଖାଯାଇଥିଲା । ଏଏସଆଇର ନିୟମ ଅନୁଯାୟୀ ଐତିହ୍ୟ କିର୍ତୀରାଜିର 100 ମିଟର ଭିତରେ କୌଣସି କଂକ୍ରିଟ ନିର୍ମାଣ
କରାଯାଇ ପାରିବ ନାହିଁ । ତେଣୁ ସେହି ଆଧାରରେ ଏଭଳି ନିଷ୍ପତି ହାଇକୋର୍ଟଙ୍କ ନିଷ୍ପତି କ୍ରମେ ନିଆଯାଇଛି ବୋଲି କହିଛନ୍ତି ଜିଲାପାଳ ।
ବାଇଟ-ବଲୱନ୍ତ ସିଂ , ଜିଲାପାଳ
Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଭିଯୁଆଲ ବାଇଟ ftp ରେ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.