ETV Bharat / state

ବଡଦାଣ୍ଡ ହେବ ଆମିଷ ମୁକ୍ତ ! - ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ

Non-Veg Food Ban: ଆମିଷ ମୁକ୍ତ ହେଉ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରର ପବିତ୍ର ବଡଦାଣ୍ଡ । ଏଭଳି ଦାବି ନେଇ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ବଡଦାଣ୍ଡ ହେବ ଆମିଷ ମୁକ୍ତ !
ବଡଦାଣ୍ଡ ହେବ ଆମିଷ ମୁକ୍ତ !
author img

By ETV Bharat Odisha Team

Published : Nov 17, 2023, 3:23 PM IST

ବଡଦାଣ୍ଡ ହେବ ଆମିଷ ମୁକ୍ତ !

ପୁରୀ: ଆମିଷ ମୁକ୍ତ ହେଉ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରର ପବିତ୍ର ବଡଦାଣ୍ଡ । ଏଭଳି ଦାବି ନେଇ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ମଧ୍ୟ ବହୁବାର ଏହି ଦାବି ସେବା ସଂଘ ପକ୍ଷରୁ କରାଯାଇଛି ।

ଆଧ୍ୟାତ୍ମିକ ବାତାବରଣ ପାଇଁ ଶ୍ରୀକ୍ଷେତ୍ର ବଡଦାଣ୍ଡ ଆମିଷ ମୁକ୍ତ ହେବା ଉଚିତ୍‌ । ଏଭଳି ଦାବି କରି ଶ୍ରୀମନ୍ଦିର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ । ପୁରୀ ସହରରେ ଥିବା ସବୁ ମଠର ମହନ୍ତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କୁ ଭେଟି ପବିତ୍ର ବଡ଼ ଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Dress Code For Devotees: ହାପପ୍ୟାଣ୍ଟ ପିନ୍ଧି ଆସିଥିଲେ, ଆଜି ବି ଧୋତି ପିନ୍ଧାଇ ଦେଲେ

ଏନେଇ ଶ୍ରୀକ୍ଷେତ୍ର ମଠାଧୀଶ ସେବାସଂଘ ସଭାପତି ତଥା ଉତ୍ତରପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାଶ କହିଛନ୍ତି," ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଏହା ଏକ ମହାନ ଆଧ୍ୟାତ୍ମିକ ନଗରୀ । ପବିତ୍ର ବଡ ଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରାରେ ନିଜର ଜନ୍ମ ସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଏଣୁ ପବିତ୍ର ବଡ ଦାଣ୍ଡର ପବିତ୍ରତା ଅକ୍ଷୁର୍ଣ୍ଣ ରହିବା ଉଚିତ୍ । ବଡ ଦାଣ୍ଡରେ ଯେଭଳି ଆମିଷ ଦୋକାନ, ଫାଷ୍ଟ ଫୁଡ୍ ଦୋକାନରେ ଆମିଷ ଦ୍ରବ୍ୟ ବିକ୍ରି ହେଉଛି ତାହା ଭକ୍ତଙ୍କୁ ଆଘାତ ଦେଉଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତ ମନରେ ଏହି ଦୃଶ୍ୟ ବେଶ୍ କଷ୍ଟ ଦେଉଛି । ଏଣୁ ପୁରୀ ଜିଲ୍ଲା ପ୍ରଶାସନ ସରକାରଙ୍କ ସହ ଆଲୋଚନା କରି ଶୀଘ୍ର ବଡ ଦାଣ୍ଡ ସମେତ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଚାରି ପାଖରେ ଆମିଷ ବିକ୍ରି ନିଷିଦ୍ଧ ହେଉ । ଏହାର ବିକଳ୍ପ ସ୍ୱରୂପ ବ୍ୟବସାୟୀଙ୍କୁ ଅନ୍ୟ ସ୍ଥାନରେ ବ୍ୟବସାୟ ପାଇଁ ସ୍ଥାନ ଦିଆଯାଉ । "

ଏହାମଧ୍ୟ ପଢନ୍ତୁ..ପାନ ଗୁଟଖା ସେବନ କଲେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ, ଜାନୁଆରୀ 1ରୁ କଟକଣା କଡାକଡ଼ି

ତେବେ ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ବଡ଼ ଦାଣ୍ଡକୁ ସରକାର ଆମିଷ ମୁକ୍ତ କଲେ ଶ୍ରୀକ୍ଷେତ୍ରର ଗାରିମା ବୃଦ୍ଧି ହେବ ଓ ପୁରୀକୁ ଆସୁଥିବା ଭକ୍ତ ଏକ ନୂଆ ଅନୁଭୂତି ନେଇ ଫେରିବେ ବୋଲି କହିଛନ୍ତି ସେବା ସଂଘ ସଭାପତି । ତେବେ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀକ୍ଷେତ୍ର ମଠାଧୀଶ ସେବାସଂଘ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.