ETV Bharat / state

ପବିତ୍ର ଭଉଁରୀ ତିଥି ପାଳନ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି - ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ

ପବିତ୍ର ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ୧୮ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ସେହପରି ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ । ଅଧିକ ପଢନ୍ତୁ

Srikhetra Bhaunri Rituals
Srikhetra Bhaunri Rituals
author img

By

Published : May 11, 2023, 10:19 PM IST

Srikhetra Bhaunri Rituals

ପୁରୀ: ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଯାହାକୁ ଚକଅଖ ଡେରା ନୀତି କୁହନ୍ତି। ସେପଟେ ଆସନ୍ତା 12 ତାରିଖ ଶୁକ୍ରବାର ଦିନ ସକାଳଧୂପ ପରେ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ସହ ଭୋଇ ସେବକ ମାନେ ପ୍ରଥମ ହରିବୋଲ ପକାଇ ରଥନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାମ ଶେଷ ହେବ । ପବିତ୍ର ଭଉଁରୀ ତିଥି ପାଳନ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ତେବେ ପବିତ୍ର ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ୧୮ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ତେବେ ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ । ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କାର୍ଯ୍ୟ ସାରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ। ଏହାପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା ।

ଅନ୍ୟପଟେ ତିନି ରଥ ଠିଆ ହେବା ସ୍ଥାନ ସମାନ୍ତରାଳ ନ ଥିବାରୁ ଏହାକୁ ନେଇ ଚିନ୍ତାର ପଡ଼ିଛନ୍ତି ରଥ ନିର୍ମାଣକାରୀ ସେବକ । ତେବେ ରଥଖଳା ଆସି ନିର୍ମାଣକାରୀଙ୍କ ସହ ଆଲୋଚନା କରିବା ସହ ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ସମୟ ପୂର୍ବରୁ ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀମନ୍ଦିର ଠାରୁ ରଥଖଳା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି , ୨ ଜଣ ଡିଏସପି , ୩ ଜଣ ଆଇଆଇସିଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଏସପି। ଏପଟେ ତିନି ରଥ ଦଣ୍ଡାୟମାନ ହେବା ସ୍ଥାନକୁ ଆଜି ରାତି ସୁଦ୍ଧା ସମାନ୍ତରାଳ କରାଯିବ ବୋଲି ଓବିସିସିର ଜେନେରାଲ ମ୍ୟାନେଜର ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.