ETV Bharat / state

Srimandir Heritage Corridor: ରଥଯାତ୍ରା ପୂର୍ବରୁ ବାହ୍ୟ ରାସ୍ତା କାମ ଶେଷ ହେବ ତ ? - ପୁରୀ ରଥଯାତ୍ରା

ମନ୍ଦିର ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ ବାହ୍ୟ ରାସ୍ତାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ରଥଯାତ୍ରା ପୂର୍ବରୁ କାର୍ଯ୍ୟ ସାରିବାକୁ ଟାଟା ପ୍ରୋଜେକ୍ଟକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 20 ତାରିଖ ରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ ବଡ଼ ଦାଣ୍ଡରେ । କିନ୍ତୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ରଥଯାତ୍ରା ପୂର୍ବରୁ ବାହ୍ୟ ରାସ୍ତା କାମ ଶେଷ ହେବ ତ ?

author img

By

Published : Jun 8, 2023, 10:36 PM IST

ରଥଯାତ୍ରା ପୂର୍ବରୁ ବାହ୍ୟ ରାସ୍ତା କାମ ଶେଷ ହେବ ତ ?

ପୁରୀ: ଆସନ୍ତା 20 ତାରିଖରେ ଶ୍ରୀଜୀଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାରେ ସାମିଲ ସହ ବିଶ୍ବନିୟନ୍ତାଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସିବେ ଲକ୍ଷଲକ୍ଷ ଭକ୍ତ । ବଡଦାଣ୍ଡରେ ଭକ୍ତ ଭଗବାନଙ୍କ ହେବ ଅପୂର୍ବ ମିଳନ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ହେଲେ ଏବେ ଏହି ପ୍ରସ୍ତୁତି ପଥରେ ବାଧକ ସାଜିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । କାରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନଥିବାରୁ ପ୍ରସ୍ତୁତିରେ ଏବେ ଦେଖାଦେଇଛି ପ୍ରତିବନ୍ଧକ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ଗର୍ଜିଛନ୍ତି ସେବାୟତ ।

ଏହାବି ପଢନ୍ତୁ- ଅନବସରର ପଞ୍ଚମ ଦିବସ: ଆଜି ଶ୍ରୀଅଙ୍ଗ ଫିଟା ନୀତି, କାଲି ଲାଗି ହେବ ଫୁଲୁରି ତେଲ

ମନ୍ଦିର ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ ବାହ୍ୟ ରାସ୍ତାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ରଥଯାତ୍ରା ପୂର୍ବରୁ କାର୍ଯ୍ୟ ସାରିବାକୁ ଟାଟା ପ୍ରୋଜେକ୍ଟକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 20 ତାରିଖରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ ବଡ଼ ଦାଣ୍ଡରେ । କିନ୍ତୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶେଷ କରି ଯାତାୟତକୁ ନେଇ ଭକ୍ତମାନେ ବେଶ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏପରିକି ଜୀବନହାନି ହେବାର ମଧ୍ୟ ସମ୍ଭାବନା ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା ସ୍ନାନ ଯାତ୍ରା ପୂର୍ବରୁ ସାରି ଦେବାକୁ ଟାଟା ପକ୍ଷରୁ କୁହାଯାଇଥିଲା। ହେଲେ ସ୍ନାନ ଯାତ୍ରା ଯାଇ ଗୁଣ୍ଡିଚା ଯାତ୍ରା ହେବାକୁ ବସିଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା ସମ୍ପୂର୍ଣ ହୋଇ ପାରୁନାହିଁ । ଶ୍ରୀମନ୍ଦିର ଚାରି ପାଖ ଖାଲ ଖମା ହୋଇ ରହିଛି । ପ୍ରତିଦିନ ଦୁର୍ଘଟଣା ଘଟୁଛି ।

ରାସ୍ତା କାମ ବିଳମ୍ବକୁ ନେଇ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପର ବାହାର ପଟ ରାସ୍ତା କାର୍ଯ୍ୟ ସାରିବାକୁ ଦାବି ହୋଇଛି । ବର୍ତ୍ତମାନ ସୁଦ୍ଧା ପୂର୍ବ ପ୍ରତିଶୃତି ମୁତାବକ ପରିକ୍ରମା ପ୍ରକଳ୍ପ କାମ ସରିନାହିଁ ।

୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କାମ ଆରମ୍ଭ ହୋଇଥିଲା । କିଛି ଆଇନଗତ ସମସ୍ୟା ଯୋଗୁଁ କିଛି ମାସ କାମ ବିଳମ୍ବ ହୋଇଥିଲେ ବି ଚଳିତବର୍ଷ ଜୁନ୍‌ ଭିତରେ କାମ ସରିଯିବ ବୋଲି ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବା ସହ ଜୁନ୍‌ ମାସ ପୁର୍ବରୁ ପରିକ୍ରମା ପ୍ରକଳ୍ପ କାମ ସରିବ ବୋଲି କହିଥିଲେ । ଜୁନ୍‌ ମାସ ଚାଲିଥିବାବେଳେ ଅଦ୍ୟାବଧି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇପାରିନି । ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା। ମେ' ମାସ ୩୦ତାରିଖ ସୁଦ୍ଧା ଯିବା ଆସିବା ପାଇଁ ରାସ୍ତା କାମ ସାରିଦେବାକୁ ଓବିସିସି ଓ ଟାଟା ପ୍ରୋଜେକ୍ଟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଧାର୍ଯ୍ୟ ଅବଧି ଭିତରେ ଲୋକଙ୍କ ଯାତାୟାତ ପାଇଁ ଆବଶ୍ୟକ ରାସ୍ତା ତିଆରି ହୋଇପାରିନି ଚାରିଆଡ଼େ ବିକ୍ଷିପ୍ତ ଅବସ୍ଥାରେ ପଥର, ବାଲି, ଗୋଡ଼ି ସବୁ ପଡ଼ିଛି । ଅନେକ ଜାଗାରେ ଏବେ ବି ଖାଲଖମା ରହିଛି । ଯଦ୍ଵାରା ଲୋକେ ଯାତାୟାତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ଶ୍ରୀମନ୍ଦିର ଚାରି ପାଖରେ ରହୁଥିବା ସାହି ବାସିନ୍ଦା । ଏଣୁ ରଥଯାତ୍ରା ପୂର୍ବରୁ ସୁଗମ ଯାତାୟାତ ପାଇଁ ରାସ୍ତା କାମ ସାରିବାକୁ ସେବାୟତମାନେ ଦାବି କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପରେ ପୁରୀ ଜିଲ୍ଲାପାଳ ନିଜେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ରଥଯାତ୍ରା ପୁର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା କାମ ସରିବାକୁ ଟାଟା ପ୍ରୋଜେକ୍ଟକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି । ସେହିପରି ପୁରୀ ଜିଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ମିଳିତ ଭାବେ ଗୁଣ୍ଡିଚା ମନ୍ଦିରର ସ୍ଥିତି ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ବିଜେ ରାସ୍ତା କାର୍ଯ୍ୟ ମଧ୍ୟ ଭଲରେ ହୋଇଛି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.