ETV Bharat / state

ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ - SJTA

Arpan Chariot: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପିପିଲିରେ ଗଡିଲା ଅର୍ପଣ ରଥ । ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଚାଉଳ ଦାନ ଭାବେ ରଥ କରୁଛି ସଂଗ୍ରହ । ଅଧିକ ପଢନ୍ତୁ

ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ
ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ
author img

By ETV Bharat Odisha Team

Published : Jan 8, 2024, 8:10 PM IST

ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ

ପିପିଲି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଅର୍ପଣ ରଥ ପ୍ରତି ପିପିଲିରେ ବଢୁଛି ସମର୍ଥନ । ଗାଁ ଗାଁରେ ରଥକୁ ସ୍ଵାଗତ କରି ଅରୁଆ ଚାଉଳ, ଗୁଆ, ନଡ଼ିଆ ଦାନ କରୁଛନ୍ତି ଜଗନ୍ନାଥ ପ୍ରେମୀ । ଗାଁରେ ଅର୍ପଣ ରଥ ପହଞ୍ଚିବା ମାତ୍ରେ ଉତ୍ସବମୁଖର ହୋଇ ଉଠୁଛି ଗାଁ ଦାଣ୍ଡ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଚାଉଳ ଦାନ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ଲୋକେ । ଏହି ରଥ ପମସରା ପଞ୍ଚାୟତର ବିଭିନ୍ନ ୱାର୍ଡ ପରିକ୍ରମା କରିବା ବେଳେ ଗାଁ ଦାଣ୍ଡରେ ମହିଳା ମାନେ ହୁଳହୁଳି ଓ ଶଙ୍ଖ ଫୁଙ୍ଖି ରଥକୁ ସ୍ଵାଗତ କରିବା ସହିତ ଗୁଆ ଓ ଚାଉଳ ଦାନ କରିଥିଲେ ।

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ପିପିଲି ପମସରା ପଞ୍ଚାୟତରେ ଏହି ଅର୍ପଣ ରଥର ନେତୁତ୍ବ ନେଇ ଗାଁ ଗାଁରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ନଡ଼ିଆ ସଂଗ୍ରହ କରିଛନ୍ତି । ସେପଟେ ଗାଁରେ ମହାପ୍ରଭୁଙ୍କ ଉଦେଶ୍ୟ ଯାତ୍ରା କରୁଥିବା ଅର୍ପଣ ରଥକୁ ବିପୁଳ ସମର୍ଥନ ମିଳିଥିବା ବେଳେ ମହାପ୍ରଭୁଙ୍କ ଉଦେଶ୍ୟରେ ଗୁଆ ଓ ଚାଉଳ ଦାନ କରି ଆମେ ଧନ୍ୟ ହୋଇଛୁ ବୋଲି ପମସରା ଗ୍ରାମବାସୀ କହିଛନ୍ତି ।

ସେପଟେ ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦେଶ୍ୟରେ ଲୋକାର୍ପିତ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି ଅର୍ପଣ ରଥ ପ୍ରତେକ ପଞ୍ଚାୟତରେ ଥିବା ଗାଁକୁ ଗାଁ ବୁଲି ଗୁଆ ଓ ଅରୁଆ ଚାଉଳ ଲୋକଙ୍କ ଠାରୁ ସଂଗ୍ରହ କରିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ, ଅରୁଆ ଚାଉଳ ଦେଇ ସାରା ରାଜ୍ୟ ବାସୀ ଗୁଆ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ । ଏଣୁ ପ୍ରତି ବ୍ଳକରୁ ୬ ତାରିଖ ଠାରୁ ଅର୍ପଣ ରଥ ଶୁଭାରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଶାବର ଶ୍ରୀକ୍ଷେତ୍ରରୁ ଗଡ଼ିଲା ଜଗନ୍ନାଥଙ୍କ ଅର୍ପଣ ରଥ

ନିମାପଡ଼ା,ଗୋପ, ପିପିଲି, ସତ୍ୟବାଦୀ,କଣାସ ପୁରୀ ସଦର ବ୍ଲକରୁ ଅର୍ପଣ ରଥ ଶୁଭାରମ୍ଭ କରାଯାଇଛି । ପୁରୀ ଜିଲ୍ଲାରେ ଥିବା 11ଟି ବ୍ଳକରେ ଏହି କାର୍ଯ୍ୟକ୍ରମ 15 ତାରିଖ ଯାଏ ଅନୁଷ୍ଠିତ ହେବ । ସାରା ଓଡ଼ିଶାରେ ପ୍ରତେକ ବ୍ଳକରୁ ଗୁଆ ଅରୁଆ ଚାଉଳ ସଂଗ୍ରହ ପାଇଁ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଛି । ତେବେ ଏହି ଅର୍ପଣ ରଥକୁ ପୁରୀ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ଜୋରଦାର ସ୍ଵାଗତ କରାଯାଇଛି । ରଥ ଆଗରେ ନଡିଆ ବାଡେଇ, ଫୁଲ, ଅରୁଆ ଚାଉଳରେ ବନ୍ଦାପନା କରାଯାଇ ଗାଁ ଗାଁ ରେ ଅରୁଆ ଚାଉଳ, ଗୁଆ ସଂଗ୍ରହ ପ୍ରତେକ ପରିବାରରୁ ଦାନ ଭାବେ ଅଣାଯାଉଛି । ମହାପ୍ରଭୁଙ୍କ କାର୍ଯ୍ୟ ହୋଇଥିବାରୁ ହଜାର ହଜାର ଭକ୍ତ ଏହି ଅର୍ପଣ ରଥକୁ ସ୍ଵାଗତ କରୁଛନ୍ତି । ଗୁଆ ଅରୁଆ ଚାଉଳ ଦେଇ ମହାପ୍ରଭୁଙ୍କ କାର୍ଯ୍ୟ ସଫଳ ହେଉ ବୋଲି ଭକ୍ତ ମାନେ ପ୍ରାର୍ଥନା କରୁଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.