ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

author img

By

Published : Nov 20, 2022, 1:54 PM IST

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

Etv Bharat
Etv Bharat

ପୁରୀ: ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣା (Jagannathan temple inside photo viral) । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସିଂହଦ୍ଵାର ଥାନାରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ୍ ଚନ୍ଦ୍ରଶେଖର ରାଓ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଓ ଭିଡ଼ିଓ ଭାଇରାଲ କଲେ ଆକାଶ ଚୌଧୁରୀ ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ କରାଯାଇଛି ଉଲ୍ଲେଖ । ସେପଟେ ଶ୍ରୀମନ୍ଦିର ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଜଣେ ବ୍ୟକ୍ତି ଫଟୋ ଉତ୍ତୋଳନ କଲେ ସେ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ଛାଟ, ରତ୍ନଭଣ୍ଡାର ବନ୍ଦ ମାମଲାରେ ଜବାବ ତଲବ

ଶ୍ରୀମନ୍ଦିର ଭିତରର ଫଟୋ ପୂର୍ବରୁ ଅନେକ ଥର ଭାଇରାଲ ହୋଇଥିବା ସତ୍ତ୍ବେ ଚଳିତ ଥର ଭାଇରାଲ ଘଟଣା ଅତି ସମ୍ବେଦନଶୀଳ । ପୂର୍ବରୁ ଭାଇରଲ ଫୋଟୋ ଗୁଡିକ ଭିତର ବେଢାର ହୋଇଥିବା ବେଳେ ଗତକାଲି(ଶନିବାର) ଭାଇରାଲ ହୋଇଥିବା ଫଟୋ ଗୁଡିକ ଶ୍ରୀମନ୍ଦିର ଗର୍ଭଗୃହ ଭିତରର । ଏଣୁ ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ପ୍ରଦର୍ଶନ ହୋଇଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସେପଟେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ନୀତିକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.