ETV Bharat / state

Train Accident: ଦୁର୍ଘଟଣା ରୋକିବାକୁ ଷ୍ଟେସନରେ ମା'କାଳୀଙ୍କୁ ପୂଜାର୍ଚ୍ଚନା - ନୀଳାଚଳ ଏକ୍ସପ୍ରେସ

ଓଡ଼ିଶାରେ ରେଳ ଦୁର୍ଘଟଣାକୁ ରୋକିବା ଲାଗି ମା' କାଳୀଙ୍କ ଉଦ୍ଦେଶ୍ୟରେ ପୁରୀ ରେଳ ଷ୍ଟେସନରେ ପୂଜାର୍ଚ୍ଚନା କଲା ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 10, 2023, 9:29 PM IST

Updated : Jun 10, 2023, 10:23 PM IST

Train Accident: ଦୁର୍ଘଟଣା ରୋକିବାକୁ ଷ୍ଟେସନରେ ମା'କାଳୀଙ୍କୁ ପୂଜାର୍ଚ୍ଚନା

ପୁରୀ: ରେଳ ଦୁର୍ଘଟଣାରେ ରୋକ ଲାଗିବା ନେଇ ପୁରୀ ରେଳ ଷ୍ଟେସନରେ ନିଳାଚଳ ଏକ୍ସପ୍ରେସକୁ ପୂଜାର୍ଚ୍ଚନା । ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ରେଳ ଷ୍ଟେସନରେ ନିଳାଚଳ ଏକ୍ସପ୍ରେସକୁ ପୂଜା କରାଯାଇଛି। ମହାପ୍ରସାଦ, ପତିତପାବନ ବାନା, ମାଳ, ଫୁଲ, ଧୂପ ଦେଇ ପୂଜା କରାଯାଇଛି । ଆଗାମୀ ଦିନରେ କିଭଳି ରେଳ ଦୁର୍ଘଟଣା ହେବ ନାହିଁ ସେ ନେଇ ମା' କାଳୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରଯାଇଛି।

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସବୁ ଧର୍ମାବଲମ୍ବୀଙ୍କୁ ନେଇ ରେଳ ଷ୍ଟେସନରେ ନୀଳାଚଳ ଏକ୍ସପ୍ରେସକୁ ପୂଜା କରିଛନ୍ତି । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ କହିଛନ୍ତି, "ବାଲେଶ୍ଵର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଓ ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାରମ୍ବାର ରେଳ ଦୁର୍ଘଟଣା ପଛରେ କିଛି ଅଜଣା କାରଣ ରହିଛି । ଯାହାକି କେବଳ ମା' କାଳୀ ହିଁ ଏହି ସମସ୍ୟାର ସମାଧାନ କରିପାରିବେ। ରେଳ ଇଞ୍ଜିନ ହେଉଛି ମା' କାଳୀଙ୍କ ପ୍ରତୀକ। ମା' ଯେଭଳି ନିଜ ପିଲାକୁ କୋଳରେ, ପିଠିରେ ବସାଇ ସବୁଆଡେ ନେଇ ଯାଏ ଏହି ଟ୍ରେନ ସେହିଭଳି ପ୍ରତିଦିନ ହଜାର ହଜାର ଲୋକଙ୍କୁ ନେବା ଆଣିବା କରେ।"

ଏହା ବି ପଢନ୍ତୁ-ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ, CBI ତଦନ୍ତ ଜାରି

ତେବେ କୌଣସି ଏକ ଅଜଣା କାରଣ ଯୋଗୁଁ ବାହାନଗା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାରମ୍ବାର ରେଳ ଦୁର୍ଘଟଣା ହେଉଛି। ଏଣୁ ରେଳ ଦୁର୍ଘଟଣା ନ ହେବା, ହଜାର ହଜାର ଯାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ମା' କାଳୀଙ୍କୁ ପୂଜା କରାଯାଇଛି । ନୀଳାଚଳ ଏକ୍ସପ୍ରେସରେ ମହାପ୍ରସାଦ, ପତିତପାବନ ବାନା, ମାଳ, ଫୁଲ, ଧୂପ ଦେଇ ପୂଜା କରାଯାଇଛି । ଯେହେତୁ ନୀଳାଚଳ ଟ୍ରେନ ବାହାନଗା ଦେଇ ଯିବ ଏହି ପୂଜା ଫଳରେ ଉକ୍ତ ସ୍ଥାନରେ ଥିବା ଅଶୁଭ ତତ୍ତ୍ଵ ଦୂର ହେବ। ଆତ୍ମାମାନେ ଶାନ୍ତି ପାଇବେ। ଉକ୍ତ ସ୍ଥାନରେ ଭୂତପ୍ରେତ ଭୟ ରହିବ ନାହିଁ। ଏହି ଉଦ୍ଦେଶ୍ୟରେ ଏହି ପୂଜା ହୋଇଥିବା ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ କହିଛନ୍ତି।

ଏହି ପୂଜା କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସେନାର ସଦସ୍ୟ, ବିଭିନ୍ନ ଧର୍ମର ବ୍ୟକ୍ତି ଯୋଗ ଦେଇଥିଲେ। ସମସ୍ତେ ରେଳ ଦୁର୍ଘଟଣା ଆଗାମୀ ଦିନରେ ନ ହେବା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ଗତ କିଛି ଦିନ ତଳେ ବାଲେଶ୍ଵରର ବାହାନଗା ଠାରେ ରେଳ ଦୁର୍ଘଟଣାରେ ୨୮୮ ରେଳ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାଜପୁର ରୋଡ ରେଳ ଷ୍ଟେସନରେ ରେଳ ଦୁର୍ଘଟଣାରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ପୁରୀ ସିକନ୍ଦରାବାଦ ଟ୍ରେନରେ ଅଗ୍ନିକାଣ୍ଡ, ବରଗଡରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଭଳି ଟ୍ରେନ ଦୁର୍ଘଟଣା କିଛି ଦିନ ଭିତରେ ବାରମ୍ବାର ଘଟିବା ରେଳ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

ଇଟିଭି ଭାରତ, ପୁରୀ

Last Updated : Jun 10, 2023, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.