ETV Bharat / state

କୋଭିଡ ଗାଇଡଲାଇନ ଉଲ୍ଲଂଘନ ଘଟଣା, ମନ୍ତ୍ରୀ ଓ ବିଧାୟକଙ୍କ ଗିରଫ ଦାବି କଲା ଶ୍ରୀଜଗନ୍ନାଥ ସେନା - violation of covid guidelines latest news

ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଥାନାରେ ଏତଲା । ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି ।

କୋଭିଡ ଗାଇଡଲାଇନ ଭଙ୍ଗ କରି ଚର୍ଚ୍ଚାରେ ମନ୍ତ୍ରୀ ଓ ବିଧାୟକ, ଗିରଫ ଦାବି କଲା ଶ୍ରୀଜଗନ୍ନାଥ ସେନା

author img

By

Published : Oct 5, 2020, 12:47 PM IST

ପୁରୀ: ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଥାନାରେ ଏତଲା । ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି । ଗତକାଲି (ରବିବାର) ପୁରୀ ସ୍ବର୍ଗଦ୍ବାର ଠାରେ ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଥିବା ବେଳେ କୋରୋନା ଆକ୍ରାନ୍ତ ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଵାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରି ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲେ |

କୋଭିଡ ଗାଇଡଲାଇନ ଭଙ୍ଗ କରି ଚର୍ଚ୍ଚାରେ ମନ୍ତ୍ରୀ ଓ ବିଧାୟକ, ଗିରଫ ଦାବି କଲା ଶ୍ରୀଜଗନ୍ନାଥ ସେନା

ତେବେ ଏଭଳି ମହାମାରୀ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସେମାନେ ସୁପରସ୍ପ୍ରେଡ଼ର ସାଜିବାର ଆଶଙ୍କା ରହିଛି । ତାଙ୍କ ବିରୁଦ୍ଧରେ ମହାମାରୀ ସଂକ୍ରମଣ ଆଇନର ଧାରା ଲଗାଇ ଗିରଫ କରାଯିବାକୁ ଏତଲାରେ ଦର୍ଶାଇଛି ଶ୍ରୀଜଗନ୍ନାଥ ସେନା | ସେ ଯେହେତୁ ତାଙ୍କ ପଦପଦବୀର ଅପବ୍ୟବହାର କରିଛନ୍ତି ସେନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି | ସଧାରଣ ଲୋକ ଟିଏ ଆଇନ ଭଙ୍ଗ କଲେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଉ ଥିବା ବେଳେ ସରକାରଙ୍କ ଜଣେ ମନ୍ତ୍ରୀ ଓ ବିଧାୟକ ପାଇଁ କ'ଣ ଅଲଗା ନିୟମ ରହିଛି କି ଜଗନ୍ନାଥ ସେନା ପ୍ରଶ୍ନ କରିଛି । ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ତୁରନ୍ତ ଦେବା ସହ ଆଇନ ଅନୁଯାୟୀ ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ କରିଛି ଶ୍ରୀଜଗନ୍ନାଥ ସେନା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.