ETV Bharat / state

PM Biswakarma Yojana: ପୁରୀରେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, ଯୋଜନାକୁ ଶିଳ୍ପକାରଙ୍କ ପ୍ରଶଂସା - ଉପକୃତ ହେବେ କ୍ଷୁଦ୍ର ବ୍ୟବସାୟୀ

'ପିଏମ ବିଶ୍ଵକର୍ମା ଯୋଜନା'ର ଶୁଭାରମ୍ଭ ଅବସରରେ ପୁରୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ଏଥିରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଏମ ମହେନ୍ଦ୍ରଭାଇ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ

PM Biswakarma Yojana in puri
ପୁରୀରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ
author img

By ETV Bharat Odisha Team

Published : Sep 17, 2023, 9:51 PM IST

ପୁରୀରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ

ପୁରୀ: 'ପିଏମ ବିଶ୍ଵକର୍ମା ଯୋଜନା'ର ଶୁଭାରମ୍ଭ ଅବସରରେ ପୁରୀ ଜିଲ୍ଲାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ଵକର୍ମା ପୂଜା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁରୀରେ ମଧ୍ୟ ଶିଳ୍ପକାରମାନଙ୍କୁ ନିଆଯାଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଏମ ମହେନ୍ଦ୍ରଭାଇ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ।

ସମାଜର ଆର୍ଥିକ ଅନଗ୍ରସର ତଥା ବଞ୍ଚିତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ଶୁଭାରମ୍ଭ ହୋଇଛି 'ପିଏମ ବିଶ୍ଵକର୍ମା ଯୋଜନା'। ଏହି ଯୋଜନା ଅନୁଯାୟୀ, ଆମ ଦେଶରେ ଥିବା ୧୮ ପ୍ରକାରର ବିଭିନ୍ନ ପାରମ୍ପରିକ ଶିଳ୍ପକାରମାନଙ୍କୁ ୧୫ ହଜାର ଟଙ୍କାର କିଟ୍ ମାଗଣାରେ ଯୋଗାଇ ଦିଆଯିବ । ସେହିପରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତି ସ୍ବଳ୍ପ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଶିଳ୍ପକାରମାନଙ୍କୁ ରାଷ୍ଟ୍ରୀୟ ସ୍ତରର ଏକକ ପରିଚୟ ପ୍ରଦାନ କରାଯିବ । ଏହାସହ ଶିଳ୍ପକାରମାନଙ୍କ ଦକ୍ଷତା ବିକାଶ ପାଇଁ ଷ୍ଟାଇପେଣ୍ଡ୍‌ ସହିତ ତାଲିମ୍ ପ୍ରଦାନ କରାଯିବା ନେଇ ଯୋଜନା ରହିଛି । ତେବେ କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ବେଶ ପ୍ରଶଂସା କରିବା ସହ ସ୍ବାଗତ କରିଛନ୍ତି ପୁରୀର ଶିଳ୍ପକାର ।

ଏହା ବି ପଢନ୍ତୁ...Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’

ବିଶ୍ଵକର୍ମାଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି 'ପିଏମ ବିଶ୍ଵକର୍ମା ଯୋଜନା'ରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପରିକ ବାଣିଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ବାରା କ୍ଷୁଦ୍ର ବ୍ୟବସାୟଗୁଡ଼ିକ ଘରୋଇ ଏବଂ ବିଶ୍ବ ବଜାର ସହ ବ୍ୟାପାର କରିପାରିବେ । ସେହିପରି ଏହି 'ପିଏମ ବିଶ୍ଵକର୍ମା ଯୋଜନା'ରେ ବିଶ୍ଵକର୍ମାମାନଙ୍କୁ ଆବଶ୍ୟକ କୌଶଳ, ବ୍ୟବସାୟିକ ଜ୍ଞାନ ତଥା ଯନ୍ତ୍ରପାତି ଯୋଗାଇ ପ୍ରୋତ୍ସାହିତ କରିବେ କେନ୍ଦ୍ର ସରକାର ।

ଏହା ବି ପଢନ୍ତୁ...YashoBhoomi: ଜନ୍ମଦିନରେ ଦିଲ୍ଲୀବାସୀଙ୍କୁ ଭେଟି, ଯଶୋଭୂମି ଉଦଘାଟନ କଲେ ମୋଦି

ଏନେଇ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଏମ ମହେନ୍ଦ୍ରଭାଇ କହିଛନ୍ତି, "ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସୁବିଧା ଏବଂ ଉନ୍ନତି ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଆମ ଦେଶର ଏହି ବିଶ୍ଵକର୍ମାମାନେ ଦେଶକୁ ଉନ୍ନତ ଦିଗରେ ଆଗେଇ ନେବେ ବୋଲି ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.