ETV Bharat / state

ପୁରୀ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ ଆର. ଭିନିଲ କ୍ରିଷ୍ଣା - କ୍ରୀଡା ଭିତ୍ତିଭୂମି

ସ୍ବତନ୍ତ୍ର ଶାସନ ସଚିବ ଆର ଭିନିଲ କ୍ରିଷ୍ଣା ପୁରୀ ଜିଲ୍ଲା ଗସ୍ତ କରି କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ ଆର. ଭିନିଲ କ୍ରିଷ୍ଣା

author img

By

Published : Jun 4, 2021, 7:37 AM IST

ପୁରୀ: ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନତିକରଣ ସହ କ୍ରୀଡାପ୍ରେମୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିଲାଗି ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା ଜିଲ୍ଲା ଗସ୍ତ କରି କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।

ସ୍ବତନ୍ତ୍ର ଶାସନ ସଚିବ ଜିଲ୍ଲାର ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ତାଳବଣିଆ ସ୍ଥିତ ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ପୁରୀ ଜିଲ୍ଲା ସ୍କୁଲ ଗସ୍ତ କରି ବିଭିନ୍ନ କ୍ରୀଡା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରାୟ 13 ଏକର ପରିମିତ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁଇମିଂ ପୁଲ, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେହିଭଳି ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫୁଟବଲ କୋର୍ଟ, ରନିଂ ଟ୍ରାକ, ଜିମ୍ନାଷ୍ଟିକ୍ ଏବଂ ପୁରୀ ଜିଲ୍ଲା ସ୍କୁଲରେ ବିଭିନ୍ନ ଖେଳ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରୀଡା ସାମଗ୍ରୀ ଉପଲବ୍ଧ ହେବା ସହ ଜିଲ୍ଲାରେ ପ୍ରତିଭାବାନ କ୍ରୀଡାବିତମାନେ ସୃଷ୍ଟି ହେବେ ବୋଲି ସ୍ବତନ୍ତ୍ର ଶାସନ ସଚିବ ପ୍ରକାଶ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଂପୃକ୍ତ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ବିଭାଗ ଉପଶାସନ ସଚିବରଞ୍ଜିତ ପରିଡା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ବିଭାଗୀୟ ଅଧିକାରୀ ତଥା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.