ETV Bharat / state

ରଥଯାତ୍ରାରେ SOP ଉଲ୍ଲଂଘନ ବରଦାସ୍ତ କରାଯିବ ନାହିଁ: SP - ରଥଯାତ୍ରା କଟକଣା ପ୍ରସ୍ତୁତି

ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ, SOPର ଉଲ୍ଲଂଘନକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଲେ SP । ଅଧିକ ପଢନ୍ତୁ...

ରଥଯାତ୍ରାରେ SOP ର ଉଲଙ୍ଘନ ବରଦାସ୍ତ କରାଯିବ ନାହିଁ: ଏସପି

author img

By

Published : Jul 7, 2021, 12:58 PM IST

ପୁରୀ: ରଥଯାତ୍ରା ପୂର୍ବ ଦିନରୁ ପୁରୀକୁ ପ୍ରବେଶ ନେଇ ଲାଗିଲା କଟକଣା । ଏଥିପାଇଁ ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଘୋଷଯାତ୍ରା ସମୟରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ। ଏଥିସହ SOP ର ଉଲ୍ଲଂଘନକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଏସପି କହିଛନ୍ତି ।

ରଥଯାତ୍ରାରେ SOP ର ଉଲଙ୍ଘନ ବରଦାସ୍ତ କରାଯିବ ନାହିଁ: ଏସପି

ରଥଯାତ୍ରାରେ ପ୍ରସ୍ତୁତି ନେଇ ଏସପି କେ ବିଶାଲ ସିଂ କହିଛନ୍ତି ଯେ, ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଲଜିଂ ମାଲିକମାନଙ୍କ ସହ ପୋଲିସର ଆଲୋଚନା ସରିଛି । ଏହି ସମୟରେ କାହାରିକୁ ହୋଟେଲ ଲଜିଂରେ ନ ରଖିବାକୁ ସେମାନେ ପ୍ରତିଶୃତି ଦେଇଛନ୍ତି । ସେହିପରି ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ ହେବ । ଉକ୍ତ ସାହି କମିଟି ସହିତ ପୋଲିସର ମଧ୍ୟ ବୈଠକ ହୋଇ ସାରିଛି । SOPକୁ କଡାକଡି ପାଳନ ନେଇ ପୋଲିସକୁ ଜନସାଧାରଣ ସହଯୋଗ କରିବେ ବୋଲି ପୁରୀ ଏସପି ଆଶା ରଖିଛନ୍ତି ।

ପୁରୀ ସହରବାସୀ ପୂର୍ବ ବର୍ଷ ଭଳି ସହଯୋଗ କରିବାକୁ ସେ ଅପିଲ କରିଛନ୍ତି । ସେହିପରି ପୁରୀ ସହରର ସମସ୍ତ ପ୍ରବେଶ ପଥ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ସିଲ କରାଯିବ । ବାହାର ଲୋକଙ୍କୁ ବିଲକୁଲ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏନେଇ ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ବାହାରିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.