ETV Bharat / state

ପୁରୀରେ ଚାଞ୍ଚଲ୍ୟ: ଶାଶୁକୁ ହତ୍ୟା କରି ବିଷ ପିଇଲା ଜ୍ୱାଇଁ

author img

By

Published : Mar 23, 2022, 5:41 PM IST

Updated : Mar 23, 2022, 10:11 PM IST

ଥମୁନି ପୁରୀରେ ଅପରାଧ । ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ପୁଣି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ହତ୍ୟା କଲା ଜ୍ବାଇଁ । ଅଧିକ ପଢନ୍ତୁ

ପୁରୀରେ ଚାଞ୍ଚଲ୍ୟ, ଶାଶୁକୁ ହତ୍ୟା କଲା ଜ୍ବାଇଁ

ପୁରୀ: ଥମୁନି ପୁରୀରେ ଅପରାଧ । ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ପୁଣି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ହତ୍ୟା କଲା ଜ୍ବାଇଁ । ଏଥିସହ ବିଷ ପିଇ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି ଜ୍ବାଇଁ ।

ମୃତ ମହିଳା ହେଉଛନ୍ତି ବଳିଆପଣ୍ଡା ଫାଦର ସ୍କୁଲ ନିକଟରେ ରହୁଥିବା ତିଳତ୍ତମା କର‌ । ବିଷ ପିଇ ଗୁରୁତର ଥିବା ବ୍ୟକ୍ତି ହେଉଛନ୍ତି ଶକ୍ତିଧର ଦାଶ । ଏପଟେ ଗୁରୁତର ଜ୍ବାଇଁକୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁରୀରେ ଚାଞ୍ଚଲ୍ୟ: ଶାଶୁକୁ ହତ୍ୟା କରି ବିଷ ପିଇଲା ଜ୍ବାଇଁ

ଅନ୍ୟପଟେ ଜ୍ବାଇଁ ଶକ୍ତିଧର ଦାଶ ପାରିବାରିକ କନ୍ଦଳ ଯୋଗୁଁ ଆଜି ତାଙ୍କ ଶାଶୁଙ୍କ ପେଟରେ ଛୁରି ପୁରାଇ ଦେଇ ଥିଲେ । ଫଳରେ ଶାଶୁ ତିଳୋତମା କର ଘଟଣାସ୍ଥଳରେ ମୃତ୍ୟ ହୋଇଯାଇଥିଲା । ତେବେ ତିଳୋତମାଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଜଘନ୍ୟ ଭାବରେ ହତ୍ୟାକରି ଜ୍ବାଇଁ ସେହି ଘରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ପ୍ରଥମେ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ପରେ ଏହି ଅଞ୍ଚଳ ବାସେଳି ସାହି ଥାନାରେ ଯାଉଥିବାରୁ ବାସେଳିସାହି ଥାନା ପୋଲିସ ମୃତ ତିଳୋତମାଙ୍କ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିଭଳି କିଛି ଦିନ ତଳେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି । ଘଟଣାରେ ପୁରୀ ପୋଲିସ ଗତକାଲି ୪ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 23, 2022, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.