ETV Bharat / state

ଶ୍ରୀମନ୍ଦିରରେ ଶିବ ବିବାହ ନୀତି ଅନୁଷ୍ଠିତ

author img

By

Published : Jun 15, 2021, 5:40 PM IST

ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି ।

ଶ୍ରୀମନ୍ଦିରରେ ଶିବ ବିବାହ ନୀତି ଅନୁଷ୍ଠିତ
ଶ୍ରୀମନ୍ଦିରରେ ଶିବ ବିବାହ ନୀତି ଅନୁଷ୍ଠିତ

ପୁରୀ: ଆଜି(ମଙ୍ଗଳବାର) ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଶ୍ରୀଜମ୍ବେଶ୍ବର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀ କପାଳମୋଚନ ଓ ଶ୍ରୀନୀଳକଣ୍ଠଙ୍କ ବିବାହ ନୀତି ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ । ଗତକାଲି (ସୋମବାର) କନ୍ୟା ଚୋରି ନୀତି ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିରରେ ଶିବ ବିବାହ ନୀତି ଅନୁଷ୍ଠିତ

ମଙ୍ଗଳବାର ପଞ୍ଚ ମହାଦେବଙ୍କ ମନ୍ଦିର ଦ୍ବାରଫିଟି ମଙ୍ଗଳଆଳତୀ, ମଇଲମ, ମହାସ୍ନାନ ଆଦି ନୀତି ହୋଇ ଚନ୍ଦନଲାଗି ହୋଇ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥିଲା । ତତ୍ପରେ ସକାଳ ଧୂପ ନୀତି ବଢ଼ି ରୋଷ ଘରେ ବିବାହ ହାଣ୍ଡି ବସିଥିଲା । ଏହାପରେ ଶିବ ଓ ପାର୍ବତୀଙ୍କ ମାଜଣା ହୋଇ ବେଶ କରାଯାଇଥିଲା | ତତ୍ପରେ ଶିବ ଓ ପାର୍ବତୀ ବରକନ୍ୟା ବେଶରେ ବିବାହ ମଣ୍ଡପକୁ ବିଜେ କରିଥିଲେ । ବିବାହର ପ୍ରଥମ ବରଣ ନିମନ୍ତେ ମହାଦେବ ଧଳା ବସ୍ତ୍ର ପରିଧାନ କରିଥାନ୍ତି ଏବଂ ମାତା ପାର୍ବତୀ ପୀତ ବସ୍ତ୍ର ପରିଧାନ କରିଥାନ୍ତି । ପ୍ରଥମ ବରଣ କର୍ମ ସରିବା ପରେ ଉଭୟ ମହାଦେବ ଓ ମା' ପାର୍ବତୀ ସ୍ନାନ କରିଥାନ୍ତି । ସ୍ନାନ କରିବା ପରେ ପାଟ ପରିଧାନ କରିଥାନ୍ତି ।

ଏହାପରେ ଦ୍ଵିତୀୟ ବରଣ କର୍ମ ଆରମ୍ଭ ହୋଇଥାଏ । ଏହି କର୍ମରେ ଉଭୟ ଆଷାଢ଼ ସୂତ୍ର ବାନ୍ଧି ଥାନ୍ତି । ଏହାପରେ ଗଇଁଠାଳ ପଡିଥାଏ। ତତ୍ପରେ ପ୍ରସାଦ ଲାଗି ହେବା ପରେ ହାତ ଗଣ୍ଠି ପଡି ବିବାହ ହୋମ ହୋଇଥାଏ । ଏହା ସମ୍ପନ୍ନ ହେବା ପରେ ଭୋଗ, ପଣା ପଞ୍ଚଉପଚାରରେ ଅର୍ପଣ ହୋଇ ବନ୍ଦାପନା ନୀତି ବଢିଥାଏ । ଏହାପରେ ଉଭୟ ଦେବ ଦମ୍ପତିଙ୍କୁ ସେବକ ମାନେ ଜଗମୋହନରେ ଥିବା ବୃଷଭକୁ ଲାଗି କରାଇ ଗର୍ଭ ଗୃହକୁ ବିଜେ କରାଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.