ETV Bharat / state

ସୁନାବେଶରେ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା ସିଂହାରୀ ନିଯୋଗ

author img

By

Published : Jan 30, 2021, 8:45 PM IST

ପ୍ରଶାସନିକ ଅବେହେଳା ଯୋଗୁଁ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ଘଟିଲା ବୋଲି ଅଭିଯୋଗ କଲା ସିଂହାରୀ ନିଯୋଗ । ଅଧିକ ପଢନ୍ତୁ....

ସୁନାବେଶରେ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା ସିଂହାରୀ ନିଯୋଗ
ସୁନାବେଶରେ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା ସିଂହାରୀ ନିଯୋଗ

ପୁରୀ: ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା ସିଂହାରୀ ନିଯୋଗ । ପ୍ରଶାସନିକ ଅବେହେଳା ଯୋଗୁଁ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ଘଟିଲା ବୋଲି ସିଂହାରୀ ନିଯୋଗ ଅଭିଯୋଗ କରିଛନ୍ତି । ଭବିଷ୍ୟତରେ ଆବଶ୍ୟକତା ପଡିଲେ ସେବାୟତମାନେ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିବେ ବୋଲି ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚେତାବନୀ ଦେଇଛି ସିଂହାରୀ ନିଯୋଗ ।

ପୁଷ୍ୟାଭିଷେକ ଦିନ ମହାପ୍ରଭୁଙ୍କ ସୁନାବେଶ ନୀତିରେ ଦୁଇ ସେଵାୟତ ଗୋଷ୍ଠୀଙ୍କ ଗଣ୍ଡଗୋଳ ଯୋଗୁଁ ନୀତିରେ ଚାରିଘଣ୍ଟା ବିଳମ୍ବ ଘଟିଥିଲା। ରତ୍ନସିଂହାସନ ଉପରେ ଆବଶ୍ୟକତା ଠାରୁ ଅଧିକ ସିଂହାରୀ ସେଵାୟତଙ୍କ ଉପସ୍ଥିତିକୁ ନେଇ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ। ଏଥିନେଇ ଉଭୟ ନିଯୋଗ ମଧ୍ୟରେ ଗଣ୍ଡଗୋଳ ହେବାରୁ ସୁନାବେଶ ଆରମ୍ଭରେ ଚାରିଘଣ୍ଟା ବିଳମ୍ବ ହୋଇଥିଲା । ଫଳରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବା ସହ ମହାପ୍ରସାଦ ପାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ଘଟଣାକୁ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସିଂହାରୀ ନିଯୋଗ ସହ ଆଲୋଚନା ହୋଇଥିଲା । ଆଲୋଚନା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ବେଳେ ଭବିଷ୍ୟତରେ ଯଦି ଶ୍ରୀମନ୍ଦିର ପ୍ରଶାସନ ଏହାର ସମାଧାନ ନ କରେ ଓ ଘଟଣାର ପୁନରାବୃତ୍ତି ହେବାକୁ ଦିଏ ତେବେ ଆସନ୍ତା ଦୋଳପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସୁନାବେଶ କରିବାକୁ ଅସହଯୋଗ କରିଵେ ବୋଲି ସିଂହାରୀ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ମହାପ୍ରଭୁଙ୍କ ସୁନାବେଶ କରିବା ପାଇଁ ଅଧିକ ସଂଖ୍ୟକ ସିଂହାରୀ ଓ ପୁଷ୍ପାଳକ ସେବାୟତଙ୍କ ଆବଶ୍ୟକତା ରହିଛି । କିନ୍ତୁ ମାତ୍ର ତିନିଜଣ ପାଳିଆ ସେବାୟତଙ୍କ ଛଡା ଅନ୍ୟ କେହି ସିଂହାହନ ଉପରେ ରହିଲେ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ଦେବେନାହିଁ ବୋଲି ଅଡି ବସିବାରୁ ଏଭଳି ଅଘଟଣ ଘଟିଲା ବୋଲି ସିଂହାରୀ ନିଯୋଗ ପକ୍ଷରୁ କୁହାଯାଇଛି

ସମଘଟଣାକୁ ନେଇ ମହାପ୍ରଭୁଙ୍କ ଗତ ନାଗାର୍ଜୁନ ବେଶରେ ମଧ୍ୟ ବିଳମ୍ବ ଘଟିଥିଲା । ଯଦି ଶ୍ରୀମନ୍ଦିର ପ୍ରଶାସନ ସେହି ଘଟଣାର ସମାଧାନ କରିଥାନ୍ତେ ତେବେ ମହାପ୍ରଭୁଙ୍କ ସୁନାବେଶରେ ପୁନର୍ବାର ବିଳମ୍ବ ହୋଇନଥାନ୍ତା । ତେଣୁ ଏହି ଘଟଣାକୁ ନେଇ ସିଂହାରୀ ନିଯୋଗ ପ୍ରଶାସନକୁ ଦାୟୀ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.