ETV Bharat / state

ସରିଲା ଛାଉଣୀ କାର୍ଯ୍ୟ, ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

author img

By

Published : Jun 29, 2023, 3:43 PM IST

ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

ପୁରୀ: ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର । ଶ୍ରୀମନ୍ଦିର ସିଂହଦ୍ବାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି । ଯାହାକୁ ନେଇ ଭକ୍ତ ମହଲରେ ମଧ୍ୟ ଆନନ୍ଦ ଉଲ୍ଲାସ ଖେଳିଯାଇଛି ।

ପୁରୁଣା ଦ୍ବାରକୁ ହଟାଇ ଶାଗୁଆନ କାଠରେ ନୂଆ ଦ୍ବାର ଲଗାଯାଇଛି । ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ଶାଗୁଆନ କାଠରେ ପୂର୍ବର ସିଂହଦ୍ବାର ଭଳି ଅବିକଳ ଦ୍ବାର ନିର୍ମାଣ କରିଛନ୍ତି । ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ବର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ବାରରେ ମା' ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ବାଗତ କରିବେ । ସେପଟେ ନିଳାଦ୍ରୀ ବିଜେ ପୂର୍ବରୁ ସିଂହଦ୍ବାର ରଙ୍ଗକାମ ମଧ୍ୟ ଶେଷ ହୋଇଛି।

ଏହା ବି ପଢନ୍ତୁ- ଆଜି ମହାପ୍ରଭୁଙ୍କ ସୁନାବେଶ: ଜାଣନ୍ତୁ କ'ଣ ରହିଛି ମାହାତ୍ମ୍ୟ

ବାହୁଡା ପୂର୍ବରୁ ସିଂହଦ୍ଵାରକୁ ରୂପାଦ୍ବାର କରାଯାଇଛି। ସିଂହଦ୍ଵାରର ପୁରୁଣା ପିତ୍ତଳଦ୍ବାରକୁ ବାହାର କରାଯାଇ ହେରାପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମରେ ବର୍ମାଟିକ କାଠର କବାଟ ସଂଯୋଗ କରାଯାଇଥିଲା । ତା' ଉପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣୀ କରାଯାଇଥିଲା । ନୀତିକାନ୍ତିକୁ ନେଇ ରୂପାଦ୍ବାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ବାର ଲଗାଯାଇଥିଲା । ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ବାର ଉପରେ ସମ୍ପୂର୍ଣ୍ଣ ରୂପା ଛାଉଣୀ କରାଯାଇଛି। ଏହି ଦ୍ବାରରେ ମଧ୍ୟ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି ।

ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଗୋଟି ଦ୍ବାର ରୂପା ଛାଉଣୀ ସରିଥିବା ବେଳେ ସିଂହଦ୍ବାର ରୂପା ଛାଉଣୀ ନେଇ ଦାତା ରୂପା ଦେବାକୁ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ରୂପାଦ୍ବାର ହେବା ସମ୍ଭବ ହୋଇପାରିଛି । ରୂପା ଚାଦର ଉପରେ ପାରମ୍ପରିକ ଡିଜାଇନ କରାଯାଇଛି। ତେବେ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯାଇଥିଲା । ‌ ପୂର୍ବରୁ ଯେଉଁ ଦାତା ରୂପା ଦାନ କରିଥିଲେ ସେହି ଦାତା ରୂପା ଦାନ କରିବା ନେଇ ସହମତି ଦେଇଥିବା ବେଳେ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ ଅନୁସାରେ ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ବାର ନିର୍ମାଣ କରାଯାଇଥିଲା। ଆବଶ୍ୟକୀୟ ଏନଓସି ଏଏସଆଇଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ ହୋଇଛି ।

ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି । ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ବାହୁଡା ପୂର୍ବଦିନ ରାତି ମଧ୍ୟରେ ହିଁ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟମାନେ ସିଂହଦ୍ଵାର ଅନୁଧ୍ୟାନ କରି ନିଷ୍ପତ୍ତି ନେଇଥିଲେ। ତେବେ ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ, ବେହେରଣ ଓ କଳାହାଟ ଦ୍ବାର ସମେତ ମହାଲକ୍ଷ୍ମୀଙ୍କ ଗର୍ଭଦ୍ବାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ବାରକୁ ମିଶାଇ ମୋଟ ୮ଗୋଟି ଦ୍ଵାରକୁ ରୂପା ଛାଉଣୀ କରାଯାଇଛି। ତେବେ ଆଗାମୀ ଦିନରେ ଶ୍ରୀମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାରକୁ ମଧ୍ୟ ରୂପା ଛାଉଣୀ ପାଇଁ ଯୋଜନା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.