ETV Bharat / state

ଫେରିଲା ଶ୍ରୀମନ୍ଦିର ଟଙ୍କା, ତଥାପି କାର୍ଯ୍ୟାନୁଷ୍ଠାନ ଦାବି - ଫେରିଲା ଶ୍ରୀମନ୍ଦିର ଟଙ୍କା

ଆଜି ମହାପ୍ରଭୁଙ୍କ ଟଙ୍କା ଫେରିବା ପରେ ସେବାୟତ ସ୍ବାଗତ କରିଛନ୍ତି ।କିନ୍ତୁ ଏହି ଘଟଣା ପଛରେ ଯେଉଁ ଅଫିସରଙ୍କ ହାତ ରହିଛି ସେ ନେଇ ମଧ୍ୟ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଅଧିକ ପଢନ୍ତୁ...

shrimandirs-money-returned-but-he-still-demanded-action

author img

By

Published : Mar 19, 2020, 3:29 PM IST

ପୁରୀ: ୟେସ୍‌ ବ୍ୟାଙ୍କରୁ ଫେରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBI ର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର କରିଛି ୟେସ୍ ବ୍ୟାଙ୍କ । ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି । ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି ।

ଫେରିଲା ଶ୍ରୀମନ୍ଦିର ଟଙ୍କା, ତଥାପି କାର୍ଯ୍ୟାନୁଷ୍ଠାନ ଦାବି

ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଫେରାଇ ଅଣାଯିବ ବୋଲି ଗତକାଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ । ଶ୍ରୀମନ୍ଦିରର 545 କୋଟି ଟଙ୍କା ୟେସ ବ୍ୟାଙ୍କ ରଖାଯାଇଥିଲା । ଅନ୍ୟପଟେ ରାଜ୍ୟ ଆଇନ ବିଭାଗର ଅନୁମୋଦନ ଅନୁଯାୟୀ ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡ ଏସବିଆଇ ରହିବ । ଅନ୍ୟପଟେ ଶ୍ରୀମନ୍ଦିର ପାଣ୍ଠି ତଥା ଟେମ୍ପୁଲ ଫଣ୍ଡ ଓ କର୍ପସ ଫଣ୍ଡକୁ ଜାତୀୟ କରଣ ବ୍ୟାଙ୍କରେ ରଖାଯିବ । ଏନେଇ ଟେଣ୍ଡର ହେବ ।

ଯେଉଁ ଦୁଇଟି ବ୍ୟାଙ୍କ ଅଧିକ ସୁଧ ଦେବ ଏହି ଦୁଇଟି ଫଣ୍ଡ ଦୁଇଟି ବ୍ୟାଙ୍କରେ ଅଲଗା ରଖାଯିବ । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଟଙ୍କା ଫେରିବା ପରେ ସେବାୟତ ସ୍ବାଗତ କରିଛନ୍ତି । କେଵଳ ସେତିକି ନୁହେଁ ଏହି ଘଟଣା ପଛରେ ଯେଉଁ ଅଫିସରଙ୍କ ହାତ ରହିଛି ସେ ନେଇ ମଧ୍ୟ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଛୋଟ ଛୋଟ ଭୁଲରେ ସେବାୟତଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉଥିବା ବେଳେ ସରକାର ଏବେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନ ହେଲେ ସେବକ ମାନେ ଏନେଇ ଆଗାମୀ ଦିନରେ ପ୍ରତିବାଦ କରିବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.