ପୁରୀ: ଆସନ୍ତାକାଲି (ଶନିବାର) ଦିନ 12 ଟାରେ ଶ୍ରୀମନ୍ଦିର ଛତିସା ନିଯୋଗର ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।
![ଶନିବାର ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ](https://etvbharatimages.akamaized.net/etvbharat/prod-images/9845190_201_9845190_1607691469127.png)
ମୁଖ୍ୟତଃ 4 ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଚୁଡାନ୍ତ ନିଷ୍ପତି ନିଆଯିବ । ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ କଟକଣା ଉଠାଇବା, ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ , ଦେବଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ ହେବ । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା କୋହଳ ପ୍ରସଙ୍ଗ ଉପରେ କଣ ନିଷ୍ପତି ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ