ETV Bharat / state

ପାଖେଇ ଆସୁଛି ରଥଯାତ୍ରା, ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ବୋଲି ଦେଲେ ସୂଚନା । ଅଧିକ ପଢନ୍ତୁ

Shri Mandir Chief administrator
Shri Mandir Chief administrator
author img

By

Published : May 4, 2023, 9:06 PM IST

ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିବେ ମହାପ୍ରଭୁ। ତେବେ ଏହା ପୂର୍ବରୁ ନୂତନ ଭାବେ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ନେଇଥିବା ରଞ୍ଜନ କୁମାର ଦାସ । ଆଜି ଗୁଣ୍ଡିଚା ମନ୍ଦିର ଯାଇ ବିଭିନ୍ନ ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ସମସ୍ତ ବିମ୍‌କୁ ବଦଳା ଯାଇ ସମ୍ପୂର୍ଣ୍ଣ ନୂଆ ଲଗାଯାଇଛି । ବିମ୍‌ଗୁଡିକ ଷ୍ଟିଲରେ ନିର୍ମାଣ କରାଯାଇ ଲଗାଯାଇଛି । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ସେହିପରି ରଥଯାତ୍ରାକୁ ୟୁନିସ୍କୋରେ ସ୍ଥାନ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟ ପ୍ରଶାସକ। ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ତର୍ଜମା ଚାଲିଥିବା ବେଳେ ନିଷ୍ପତ୍ତି ପରେ ୟୁନିସ୍କୋ ପାଇଁ ଆବେଦନ କରାଯିବ। ତେବେ ଚଳିତବର୍ଷ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟପଟେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ଓ ରଘୁନନ୍ଦନ ଲାଇବ୍ରେରୀକୁ NMA ଅନୁମତି ମିଳିଛି । ଗତ ୨୫ ଏପ୍ରିଲରେ NMAର ମିଟିଂରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅଭ୍ୟର୍ଥନା କକ୍ଷ ନିର୍ମାଣ ପାଇଁ ଅନୁମତି ମିଳିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ କୋଣର ନିୟନ୍ତ୍ରିତ ଅଞ୍ଚଳରେ ରଘୁନନ୍ଦନ ଲାଇବ୍ରେରି ସହ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷକୁ ମଧ୍ୟ ଅନୁମତି ଦେଇଛି ଏନଏମଏ ।

ଏହା ବି ପଢନ୍ତୁ-Rathakhala Halchal: ନୃସିଂହ ଚତୁର୍ଦ୍ଦଶୀରେ ହେଲା ଗୁଜ ଅନୁକୂଳ

ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଅନୁଧ୍ୟାନ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, " ରଥଯାତ୍ରା ସମୟରେ ଯେହେତୁ ମହାପ୍ରଭୁ ମାଉସୀ ମା' ମନ୍ଦିରରେ ରହିବେ, ଏଣୁ ଏହାର ମରାମତି କାର୍ଯ୍ୟକୁ ଶେଷ କରିବା ଆମର ପ୍ରମୁଖ କାର୍ଯ୍ୟ । ଏହା ଉପରେ ଆମେ ଗୁରୁତ୍ବ ଦେଉଛୁ । ରଥଯାତ୍ରାକୁ ଆଖିରେ ରଖି ଯେଉଁ ଯେଉଁ କାର୍ଯ୍ୟ ପ୍ରଥମେ ଶେଷ କରିବା ଦରକାର । ଆମେ ତାହା ଉପରେ ପ୍ରାଥମିକତା ଦେଉଛୁ । ମନ୍ଦିରର କିଛି ସ୍ତମ୍ଭ ବଦଳାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଶେଷ କରିବାକୁ ଆମର ପ୍ରଚେଷ୍ଟା ରହିଛି । ଭକ୍ତମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯିବା କଥା ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ।" ସେପଟେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚାଲିଛି । ସମୟ ଆଗରୁ ଶେଷ ହୋଇଯିବ ବୋଲି ମହାରଣାମାନେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.