ETV Bharat / state

ଶ୍ରୀମନ୍ଦିରରେ ଜବରଦସ୍ତ ପ୍ରବେଶ ଉଦ୍ୟମ, IRS ରେଶମା ଲଖାନୀଙ୍କ ବିରୋଧରେ ଏତଲା

author img

By

Published : Mar 3, 2023, 9:51 PM IST

ଆଇ ଆର୍ ଏସ ଅଫିସର ରେଶମା ଲଖାନୀ ବିରୋଧରେ ଥାନାରେ ଏତଲା। ଶ୍ରୀମନ୍ଦିରର ନିୟମ ଉଲଘଂନ କରିଥିବା ଅଭିଯୋଗ ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହ ଦ୍ଵାର ଥାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

shri jagannath sena protest
shri jagannath sena protest
shri jagannath sena protest

ପୁରୀ: ଶ୍ରୀମନ୍ଦିରରେ ଜୋର୍ ଜବରଦସ୍ତ ପ୍ରଵେଶ ଉଦ୍ୟମ କରିଥିବା ଆଇ ଆର୍ ଏସ ଅଫିସର ରେଶମା ଲଖାନୀଙ୍କ ବିରୋଧରେ ଥାନାରେ ଏତଲା । ଶ୍ରୀମନ୍ଦିରର ନିୟମ ଉଲଘଂନ କରିଥିବା ଅଭିଯୋଗ ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ତେବେ ନିୟମ ଉଲଘଂନ କରିବା ଘଟଣାରେ ତୁରନ୍ତ ପୋଲିସ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା।

ସଙ୍ଗଠନ ଅଭିଯୋଗ କରିଛି ଯେ, ଶ୍ରୀ ମନ୍ଦିର ଭିତରକୁ କେବଳ ହିନ୍ଦୁମାନେ ପ୍ରବେଶ ନେଇ ନିୟମ ରହିଛି। ତେବେ ବରିଷ୍ଠ ତଥା ଉଚ୍ଚ ଶିକ୍ଷିତ ଆଇ ଆର୍ ଏସ ଅଫିସର ରେଶ୍ମା ଲଖାନୀ ଜଣେ ମୁସଲିମ ହୋଇ କିଭଳି ଶ୍ରୀ ମନ୍ଦିରକୁ ପ୍ରଵେଶ ଉଦ୍ୟମ ନେଇ ଜିଦ୍ ଧରିଲେ ସେ ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ମୁସଲିମଙ୍କ ଧର୍ମ ପୀଠରେ କେବଳ ମୁସଲିମ ପ୍ରଵେଶ କରିବାର ନିୟମ ରହିଛି । ସେଠି ଯେମିତି ନିର୍ଦ୍ଦିଷ୍ଟ ନିୟମ ରହିଛି ଶ୍ରୀ ମନ୍ଦିରରେ ମଧ୍ଯ ନିର୍ଦ୍ଦିଷ୍ଟ ନିୟମ ରହିଛି । ହେଲେ ଏହି ନିୟମ ଜାଣି ମଧ୍ଯ ରେଶମା ଜୋର୍ ଜବରଦସ୍ତ ପ୍ରବେଶ ଉଦ୍ୟମ କରିବା ଓ ପୋଲିସ ଅଟକାଇବାରୁ ତାଂକୁ ଦୁର୍ବ୍ୟବହାର କରିବା କେତେ ଦୂର ଠିକ ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି । ଜଣେ ଶିକ୍ଷିତ ମହିଳା ସବୁ ଆଇନ କାନୁନ୍ ଜାଣି ଏହାକୁ ଉଲଘଂନ କରିବା ଅତି ଦୁଃଖ ର ବିଷୟ ବୋଲି ଜଗନ୍ନାଥ୍ ସେନା କହିଛି। ସବୁ ଧର୍ମର କିଛି ନିୟମ ରହିଛି ଓ ଏହାକୁ ପାଳନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।

ଗତ 2020 କୋଭିଡ କଟକଣା ଯୋଗୁଁ ରଥଯାତ୍ରା ଆୟୋଜନ ନେଇ ଆଶା ଆଶଂକା ସୃଷ୍ଟି ହୋଇଥିଲା । ହେଲେ ଜଣେ ମୁସଲିମ ଯୁବକ ଅଫତାବ ହୁସେନ ମହାପ୍ରଭୁ ଙ୍କ ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମକୋର୍ଟକୁ ଯାଇ ରଥ ଯାତ୍ରା ପାଇଁ ଆବେଦନ କରିବା ସାରା ବିଶ୍ୱ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଥିଲା। ଏଣୁ ଜଣେ ମୁସଲିମ ମହାପ୍ରଭୁ ଙ୍କ ନିୟମକୁ ବଜାୟ ରଖିବା ପାଇଁ ଆଇନ ର ଆଶ୍ରୟ ନେଇଥିବା ଥିବା ବେଳେ ଜଣେ ଉଚ୍ଚ ଶିକ୍ଷିତ ବରିଷ୍ଠ କେନ୍ଦ୍ରୀୟ କର୍ମଚାରୀ ହୋଇ ରେଶମା ଶ୍ରୀମନ୍ଦିରର ନିୟମ ନ ମାନିବା ଅତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଜଗନ୍ନାଥ ସେନା କହିଛି।

ଏଣୁ ଜାଣି ଶୁଣି ଶ୍ରୀମନ୍ଦିର ନିୟମ ଭାଙ୍ଗିବା, କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ନେଇ ତୁରନ୍ତ ପୁରୀ ସିଂହ ଦ୍ଵାର ଥାନା ପୋଲିସ ମାମଲା ରୁଜୁ କରି ରେଶମା ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ୍ ସେନା ଦାବି କରିଛି। ଗତ ଫେବୃଆରୀ 24 ତାରିଖରେ ଏହି ଘଟଣା ଘଟିଥିଲା । ଆଇ ଆର୍ ଏସ ଅଫିସର୍ ରେଶମା ଲଖାନୀ ମୁସଲିମ ଧର୍ମର ହୋଇ ମଧ୍ୟ ଜୋର୍ ଜବର ଦସ୍ତ ପ୍ରବେଶ ନେଇ ଉଦ୍ୟମ କରିଥିଲେ । ତେବେ ତାଙ୍କର ପ୍ରୋଟକଲ ଅଫିସର୍ ରୋସନ ଯାଦବ ପ୍ରବେଶ ନେଇ ରେଶମାଙ୍କୁ ମନା କରିବାରୁ ରେଶମା ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ବଦଳି ପାଇଁ ଭୁବନେଶ୍ବର ସ୍ଥିତ ମୁଖ୍ୟକାର୍ଯ୍ୟାଳୟ ର କମିଶନର ଙ୍କୁ ଚିଠି ଲେଖିଥିଲେ। ପରେ ରୋସନ ଙ୍କୁ ବଦଳି କରାଯାଇ ଥିଲା। ତେବେ ଏହି ଘଟଣା ଜଣାପଡିବା ପରେ ଶ୍ରୀ ସେବାୟତ, ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଥିଲା।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.