ETV Bharat / state

ବାତ୍ୟା ପାଇଁ ନୀଳଚକ୍ରରେ ଲାଗିବ ଛୋଟ ଧ୍ବଜା

ଓଡିଶା ମୁହାଁ ସାମୂଦ୍ରିକ ଝଡ ‘ଫନି’ । ପୁରୀରେ ଏହା ସ୍ଥଳଭାଗ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ନିଷ୍ପତ୍ତି ।

author img

By

Published : Apr 30, 2019, 11:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ପୁରୀରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ନିଷ୍ପତ୍ତି । ବାତ୍ୟା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ବଡ ବାନା ଲଗାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁନରା ସେବାୟତଙ୍କୁ ଚିଠି ମଧ୍ୟ କରାଯାଇଛି ।

phani, cyclonic storm, puri, shreemandir, ପୁରୀ, ଶ୍ରୀମନ୍ଦିର, ପ୍ରଶାସନ, ବାତ୍ୟା
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ବଡ ବାନା ସ୍ଥାନରେ 5 ହାତ ଲମ୍ବର ବାନା ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଆବଶ୍ୟକ ପଡିଲେ 5 ହାତ ଲମ୍ବର ଏକ ବାନା ନୀଳଚକ୍ର ପରିଧିରେ ଗୁଡେଇ ବନ୍ଧାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ନୀଳଚକ୍ରର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ ସାମୂଦ୍ରିକ ଝଡ ‘ଫନି’ ଆସନ୍ତା ମେ 3 ତାରିଖ ଅପରାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯାହାର ପ୍ରକୋପରେ ଆସନ୍ତା ମେ 2ରୁ ଉପକୂଳବର୍ତ୍ତୀ ଜିଲ୍ଲା ଓ ମେ 3ରୁ ସାରା ରାଜ୍ୟରେ ବର୍ଷା ହେବା ନେଇ ସୂଚିତ କରିଛି ଭାରତୀୟ ପାଣିପାଗ ବିଭାଗ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.