ETV Bharat / state

ଆସନ୍ତା 25ରୁ ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା - ଶ୍ରୀକ୍ଷେତ୍ର ପୁସ୍ତକ ମେଳା

28th ShreeKhetra Book Fair; ଡ଼ିସେମ୍ବର ୨୫ରୁ ଶରଧା ବାଲିରେ ଆରମ୍ଭ ହେବ ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା । ଦିନ ଦୁଇଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଗକୁ ପଢ଼ନ୍ତୁ,

୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା
୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା
author img

By ETV Bharat Odisha Team

Published : Dec 22, 2023, 4:13 PM IST

୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ : ଡ଼ିସେମ୍ବର ୨୫ରୁ ଶରଧା ବାଲିରେ ଆରମ୍ଭ ହେବ ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା । ମେଳା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ପୁସ୍ତକ ମେଳା ଦିନ ଦୁଇଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗ ଦେବେ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅନ୍ୟାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ସେନେଇ ଏକ ସାମ୍ବାଦିକ ସମ୍ମିଳନୀ ଅୟୋଜିତ ।

ପୁରୀ ଶରଧାବାଲି ଠାରେ ଆସନ୍ତା ଡ଼ିସେମ୍ବର ୨୫ରେ ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ ହେବ। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ଏହି ପୁସ୍ତକ ମେଳା । ପ୍ରତିଦିନ ଦିନ ଦୁଇଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ପୁସ୍ତକ ମେଳା । ଏହି ପୁସ୍ତକମେଳା ଡ଼ିସେମ୍ବର ୨୫ରେ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ପ୍ରଶାସନ ସହଯୋଗରେ ହେଉଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗ ଦେବେ । ଏବଂ ମେଳାରେ 130ରୁ ଅଧିକ ପୁସ୍ତକ ଷ୍ଟଲ ପଡ଼ିବାର ଯୋଜନା ରହିଛି । ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଭକ୍ତି ସଂଗୀତ, ସାହିତ୍ୟ ଆସର ସହିତ ଆଲୋଚନା ଚକ୍ର କରାଯିବାର ଯୋଜନା ରହିଛି । କାର୍ଯ୍ୟକ୍ରମରେ ଡିଷ୍ଟିବ୍ୟୁଟରଙ୍କୁ ପୁସ୍ତକ ମେଳା ସମ୍ମାନ ମଧ୍ୟ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ.... ଶୀତୁଆ ସନ୍ଧ୍ୟାରେ ଜମୁଛି ପଲ୍ଲିଶ୍ରୀ ମେଳା, ଗ୍ରାହକଙ୍କୁ ପସନ୍ଦ ଆସୁଛି ଜଙ୍ଗଲଜାତ ଦ୍ରବ୍ୟ

ଡିଷ୍ଟିବ୍ୟୁଟରଙ୍କୁ ଗବେଷଣା କ୍ଷେତ୍ରରେ ଗବେଷକ ପ୍ୟାରୀମୋହନ ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ମିଶ୍ର ଓ ସୁଶ୍ରୀ ସଚେତା ମିଶ୍ର ସମ୍ମାନ ଦିଆଯିବା ବେଳେ ପ୍ରକାଶକ କ୍ଷେତ୍ରରେ ଶାରଳା ବୁକ୍ସ ଡିଷ୍ଟିବ୍ୟୁଟରଙ୍କୁ ପୁସ୍ତକ ମେଳା ସମ୍ମାନ ଦିଆଯିବ । ଏହା ସହିତ ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟାପକ ବିଶ୍ବରଞ୍ଜନଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯିବ । ତେବେ ସେନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଯାହାର ଅଧ୍ୟକ୍ଷତା ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସଭାପତି ଡ଼ଃ କୈଳାଶ ଚନ୍ଦ୍ର ଟିକାୟତରାୟ, ସମ୍ପାଦକ ଚକ୍ରଧର ମହାପାତ୍ର କରିଥିଲେ । ଶରଧାବାଲିର ସ୍ବଚ୍ଛତା ଓ ପବିତ୍ରତା ରକ୍ଷା କରାଯିବା ସହ ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକ ଲକ୍ଷ ପାଠକ, ସାହିତ୍ୟିକ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଆଶା ରଖିଛି ମେଳା କମିଟି । ଏନେଇ ଚକ୍ରଧର ମହାପାତ୍ର କହିଛନ୍ତି, ’’ପୁସ୍ତକ ହେଉଛି ମଣିଷର ପ୍ରକୃତ ବନ୍ଧୁ, ତେଣୁ ସମସ୍ତଙ୍କୁ ଅନୁରୋଧ ଏହି ପୁସ୍ତକ ମେଳାକୁ ଆସି ପୁସ୍ତକ କିଣିବା ସହ ଏହି ମେଳାରେ ଆସି ସମ୍ମିଳିତ ହେବେ ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.