ETV Bharat / state

ନେତାଜୀ ମ୍ୟୁଜିଅମ ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ସେନା

author img

By

Published : Jan 22, 2021, 7:01 PM IST

କୋଭିଡ କଟକଣା ହେତୁ ପୁରୀ ଗୋପାଳ ବଲ୍ଲଭ ରୋଡରେ ଥିବା ନେତାଜୀ ମ୍ୟୁଜିୟମ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ତେବେ ଚଳିତ ନେତାଜୀ ଜୟନ୍ତି ଅବସରରେ ଏହା ଖୋଲିବାକୁ ଦୃଢ଼ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ପୁରୀ ନେତାଜୀ ମ୍ୟୁଜିଅମ ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ହେତୁ ପୁରୀ ଗୋପାଳ ବଲ୍ଲଭ ରୋଡରେ ଥିବା ନେତାଜୀ ମ୍ୟୁଜିୟମ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ତେବେ ଚଳିତ ନେତାଜୀ ଜୟନ୍ତୀ ଅବସରରେ ଏହା ଖୋଲିବାକୁ ଦୃଢ଼ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଦେଶର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ଵୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବ୍ୟବହିତ ପୂର୍ବରୁ ତାଙ୍କର ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀଜଗନ୍ନାଥ ସେନା ।

ମହୋଦଧି ଜଳରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଯିବା ସହ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଜିଠାରୁ ୧୨୫ଟି ଦୀପ ଲଗାଯାଇଛି । ଏଥିସହ ନେତାଜୀଙ୍କ ପ୍ରତିମୂର୍ତ୍ତିର ଜୋତା ସଫା କରାଯାଇ ୧୨୫ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଇଛି । ନେତାଜୀ ଅମର ରହେ ସ୍ଲୋଗାନ ସମେତ ନେତାଜୀଙ୍କୁ ସଲାମ ଦିଆଯାଇଥିଲା । ପୁରୀ ଗୋପାଳ ବଲ୍ଲଭ ରୋଡରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ଵୋଷଙ୍କ ପୈତୃକ ବାସଭବନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନେତାଜୀ ମ୍ୟୁଜିୟମରେ ପରିଣତ କରାଯାଇଛି । କୋରୋନା ମହାମାରୀ କାରଣରୁ ନେତାଜୀ ମ୍ୟୁଜିୟମ ଦୀର୍ଘଦିନ ହେବ ବନ୍ଦ ରହିଥିବାବେଳେ ୧୨୫ ତମ ଜୟନ୍ତୀ ଅବସରରେ ଏହା ଖୋଲିବାକୁ ଦୃଢ଼ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏଥି ସହିତ ପୁରୀ ସହର ବାସିନ୍ଦାଙ୍କ ଦୀର୍ଘ ଦିନ ଥିବା ଜମିଜମା ସମସ୍ୟାକୁ ରାଜ୍ୟ ସରକାର ସମାଧାନ ନେଇ ଆଗେଇ ଆସିବାକୁ ଶ୍ରୀଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ନିବେଦନ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.