ETV Bharat / state

ଉଦଘାଟନ ହେଲା ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ - ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ

ପୁରୀ ଟାଉନ ହଲରେ ଆୟୋଜିତ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା world wide ପକ୍ଷରୁ ଆୟୋଜିତ ବିଶ୍ୱ ଆଧ୍ୟାତ୍ମିକ ସମାବେଶରେ ଯୋଗ ଦେଇଥିଲେ ଶଙ୍କରାଚାର୍ଯ୍ୟ । ପୁରୀରେ ତ୍ରିଦିବସୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ବାରା ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ

ଉଦଘାଟନ ହେଲା ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

author img

By

Published : Jan 4, 2023, 11:01 PM IST

ଉଦଘାଟନ ହେଲା ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୁରୀ: ପୁରୀରେ ଉଦଘାଟନ ହେଲା ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଠାକୁର । କେଉଁ କାଳରୁ ସେ ଶ୍ରୀକ୍ଷେତ୍ରରେ ବିରାଜମାନ। ସର୍ବଧର୍ମ ସମନ୍ବୟର ପ୍ରତୀକ ହେଉଛନ୍ତି ଜଗନ୍ନାଥ । ସାମଗ୍ରିକ ଭାବେ ବିକାଶ, ରାଜନୀତି ଓ ପରିବେଶର ବିକାଶ ହୋଇପାରିଲେ ଆଧ୍ୟାତ୍ମିକ ଚେତନା ବିକଶିତ ହୋଇପାରିବ । ଆଜି ପୁରୀରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଉଦଘାଟନ କରି ଏହା କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ତଥା ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ।

ପୁରୀ ଟାଉନ ହଲରେ ଆୟୋଜିତ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା world wide ପକ୍ଷରୁ ଆୟୋଜିତ ବିଶ୍ୱ ଆଧ୍ୟାତ୍ମିକ ସମାବେଶରେ ଯୋଗଦେଇ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି। ପୁରୀରେ ତ୍ରିଦିବସୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ବାରା ଉଦଘାଟିତ ହୋଇଛି। ସମାବେଶରେ ବିଶ୍ଵର ୨୫ ଟି ଦେଶର ପ୍ରତିନିଧି ଉପସ୍ଥିତ ଅଛନ୍ତି। ଆଧ୍ୟାତ୍ମିକ ଚେତନାର ଜାଗରଣ ସମାବେଶନର ବିଭିନ୍ନ ପର୍ଯ୍ଯାୟରେ ଆଲୋଚନା ହେଉଥିବା ବେଳେ ଏଥିରେ ବହୁ ବିଦ୍ୱାନ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସାଧୁ ସନ୍ଥ ଯୋଗ ଦେଇଛନ୍ତି ।

ଋକ ବେଦ ଆଧାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବୈଦିକ ଠାକୁର। ବିଭିନ୍ନ ଶାସ୍ତ୍ର, ପୁରାଣ , ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଆଧାରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିନ୍ତା, ଚେତନା ସମ୍ପର୍କରେ ବୁଝାଇଥିଲେ। ଗୋହତ୍ୟା ଓ ଧର୍ମାନ୍ତିକରଣକୁ ପ୍ରୋତ୍ସାହନ ଦେଉଥିବା ଶାସନତନ୍ତ୍ର ଶାସନଗାଦିରେ ବସିବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ପ୍ରଥମେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ବବ୍ୟାପୀ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଟ୍ରଷ୍ଟି ମନୋଜ କୁମାର ପାତ୍ର ।

ଡଃ ହରେକୃଷ୍ଣ ଶତପଥୀ ଓ ସ୍ବାମୀ ସମର୍ପଣାନନ୍ଦ ଗିରି ଆଧ୍ୟାତ୍ମିକ ଚେତନାର ଜାଗରଣ ସମ୍ପର୍କରେ ବୁଝାଇଥିଲେ। ରାମାୟଣ ଓ ମହାଭାରତ କେବଳ କାବ୍ୟ ନୁହେଁ ବରଂ ପୁରାଣ ଓ ଇତିହାସ ଆଧାରିତ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏଥିସହ ହିନ୍ଦୁ ଓ ସନାତନ ଧର୍ମରେ କୌଣସି ତଫାତ ନାହିଁ, ଜୀବ ଓ ପରମାତ୍ମା ମଧ୍ୟରେ ଥିବା ସଂପର୍କ, ଯୁବପିଢିଙ୍କୁ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ବୁଝାଇବା ସମ୍ପର୍କରେ ମଧ୍ୟ କହିଥିଲେ। ଆଜିର ରକେଟ, କମ୍ପ୍ୟୁଟର ଓ ଆଣବିକ ବୋମା ଯୁଗରେ ସାଧୁ, ସନ୍ଥ ଓ ଅଭିଭାବକ ଶାସ୍ତ୍ର , ପୁରାଣ ସମ୍ପର୍କରେ ଜ୍ଞାନ ଆହରଣ କରିପାରିଲେ ସମଗ୍ର ବିଶ୍ଵରେ ଭାରତ ଆଧ୍ୟାତ୍ମିକ ଗୁରୁ ହେବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିବ ବୋଲି ଶଙ୍କରାଚାର୍ଯ୍ୟ ଉପଦେଶ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.