ETV Bharat / state

କୋରୋନା ସହାୟତା ଦାବି କଲେ ଉଠା ଦୋକାନୀ

author img

By

Published : May 3, 2020, 11:58 PM IST

କୋରୋନା ସହାୟତା ଦାବି କଲେ ଉଠା ଦୋକାନୀ । ବଡ଼ ଶଙ୍ଖ ବଜ଼ାରର 30ରୁ ଅଧିକ ଦୋକାନୀକୁ ସହାୟତା ମିଳିନଥିବା ଅଭିଯୋଗ । ଅଧିକ ପଢନ୍ତୁ....

shopkeeper demand compensation
କୋରୋନା ସହାୟତା ଦାବି କଲେ ଉଠା ଦୋକାନୀ

ପୁରୀ: କୋରୋନା ଯୋଗୁଁ ଅନେକ ଉଠା ଦୋକାନୀଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି । ପୁରୀର ବଡ଼ ଶଙ୍ଖର କିଛି ଉଠା ଦୋକାନୀଙ୍କୁ କୋରୋନା ଆର୍ଥିକ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଏ ନେଇ ସେମାନେ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିବା କହିଛନ୍ତି । କୋରୋନା ଓ ଲକଡାଉନ ନେଇ ସରକାର ଆର୍ଥିକ ସହାୟତା ଦେବା ପାଇଁ ସର୍ଭେ କରିଥିଲେ । କିନ୍ତୁ ପୁରୀ ପୌର ପାଳିକାକୁ ବଡ଼ ଶଙ୍ଖ ବଜ଼ାରର 30ରୁ ଅଧିକ ଦୋକାନ ଟିକସ ଦେଉଥିଲେ ମଧ୍ୟ କୋରୋନା ସହାୟତା ଜିଲ୍ଲା ପ୍ରଶାସନ ଦେଇ ନଥିବା କହିଛନ୍ତି ।

କୋରୋନା ସହାୟତା ଦାବି କଲେ ଉଠା ଦୋକାନୀ

କେଵଳ ସେତିକି ନୁହେଁ ଫୋନି ବାତ୍ୟାରେ ମଧ୍ୟ ଏହି ଉଠା ଦୋକାନୀ କ୍ଷତି ସହିଥିଲେ । ତେବେ ତାଙ୍କୁ ଆର୍ଥିକ ସହାୟତା ଦେବା ନେଇ ମଧ୍ୟ ସର୍ଭେ ଲିଷ୍ଟରେ ମନୋନୀତ ମଧ୍ୟ କରାଯାଇଥିଲା । ହେଲେ ଫୋନି ଆର୍ଥିକ ସହାୟତା ମଧ୍ୟ ଦିଆଯାଇନଥିଲା । ସରକାର ଦେଉଥିବା ଆର୍ଥିକ ସହାୟତା କେଵଳ କିଛି ଉଠା ଦୋକାନୀଙ୍କୁ ଦେଇ ପ୍ରଶାସନିକ ଅଧିକାରୀ ମାନେ ଅର୍ଥ ହରିଲୁଟ କରିଥିବା ଏହି ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦେବା ସହ ଏହି ଆର୍ଥିକ ସହାୟତା ଘଟଣାରେ ଦୁର୍ନୀତି କରିଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.