ପୁରୀ: ବିଲ ଭିତରୁ ଶିବଲିଙ୍ଗ ଉଦ୍ଧାର। ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ସାହୁପଡା ଗ୍ରାମର କାଳୁ ଚରଣ ପରିଡା ବିଲରେ ହଳ କରୁଥଲେ । ସେହି ସମୟରେ ଏକ ଯାଗାରେ ଲଙ୍ଗଳରେ ପଥର ମାଡ ହେବା ସହ ଆଗକୁ ବଳଦ ଯାଇନଥିଲେ । ଏପରିକି ଲଙ୍ଗଳ ଲୁହା ପଥରରେ ଲାଗି ରହିଲା ପରି ଅବସ୍ଥା ହୋଇଥିଲା ।
ଶେଷରେ କାଳୁ କୌଣସି ଉପାୟ ନପାଇ ସେହି ସ୍ଥାନକୁ ଖୋଳିବାରୁ ମାଟି ତଳୁ ବାହାରି ଥିଲା ପଥରର ଏକ ସୁନ୍ଦର ଶିବଲିଙ୍ଗ । ଏହି ଖବର ପ୍ରସାରିତ ହେବା ପରେ ସେଠାରେ ଶହ ଶହ ଲୋକଙ୍କର ଭିଡ଼ ଜମିବା ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ