ETV Bharat / state

ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବିରେ ତାତିଲେ ମହିଳା - ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ବିକ୍ଷୋଭ

ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବିରେ ବ୍ରହ୍ମଗିରି ବ୍ଲକ ଗଡରୋଡଙ୍ଗ ପଞ୍ଚାୟତର ଶତାଧିକ ମହିଳାଙ୍କ ପୁରୀ-ସାତପଡ଼ା ରାଜପଥ ଅବରୋଧ । ଅଧିକ ପଢନ୍ତୁ

SHG group women protest against Mission Shakti building relocation at Brahmagiri
ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବିରେ ବ୍ରହ୍ମଗିରିରେ ତାତିଲେ ମହିଳା
author img

By

Published : Dec 21, 2021, 6:16 PM IST

ବ୍ରହ୍ମଗିରି(ପୁରୀ): ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଗଡରୋଡଙ୍ଗ ପଞ୍ଚାୟତର ମହିଳା ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବି ଜୋର୍‌ ଧରିଛି । ପଞ୍ଚାୟତର ୨୩ଟି ସ୍ବୟଂ ସହାୟକ ଗୋଷ୍ଠୀ(SHG)ର ଶତାଧିକ ମହିଳା ବ୍ଲକ ସମ୍ମୁଖରେ ପୁରୀ ସାତପଡ଼ା ରାଜପଥକୁ ଅବରୋଧ କରିଛନ୍ତି। ପ୍ରଥମେ ଗଡ଼ରୋଡଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ଏହାମଧ୍ୟ ପଢନ୍ତୁ: Chittaranjan Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ବଢିଲା ସସପେନ୍ସ

କିଛି ରାଜନୈତିକ ଦଳର ବ୍ୟକ୍ତି ଏହାକୁ ସ୍ଥାନାନ୍ତର କରି ପଞ୍ଚାୟତର ହାଣ୍ଡିଆଳି ଗ୍ରାମରେ ଗୃହ ନିର୍ମାଣ କରାଉଥିବା ମହିଳା ମାନେ ଖବର ପାଇଥିଲେ ।

ମହିଳା ମାନେ ବାରମ୍ବାର ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଅବଗତ କରିଥିଲେ ମଧ୍ୟ ତାଙ୍କର କୌଣସି କଥା ଶୁଣାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ଆଜି(ମଙ୍ଗଳବାର) ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ନ ପାଇ ରାଜରାସ୍ତାକୁ ମହିଳାମାନେ ଅବରୋଧ କରିଛନ୍ତି। ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ନଥିବା ଦେଖାଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.