ETV Bharat / state

ଜଗା ଦର୍ଶନ ବନ୍ଦ: ସେବାୟତ ପରିବାରଙ୍କୁ ମିଳିଲା 10 ହଜାର ଟଙ୍କା - shree jaganatha temple administration

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସେବାୟତଙ୍କୁ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ....

ଦର୍ଶନ ବନ୍ଦ ପରେ ସଙ୍କଟରେ ସେବାୟତ ପରିବାର, ମିଳିଲା 10 ହଜାର ଟଙ୍କାର ସହାୟତା

author img

By

Published : May 13, 2021, 7:46 PM IST

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସେବାୟତଙ୍କୁ 10 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମୋଟ 2463 ସେବାୟତ ପରିବାର 10 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣା ଲାଗୁ ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଏଣୁ ସେବାୟତମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ଏଣୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଇ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ଦର୍ଶନ ବନ୍ଦ ପରେ ସଙ୍କଟରେ ସେବାୟତ ପରିବାର, ମିଳିଲା 10 ହଜାର ଟଙ୍କାର ସହାୟତା

କୋଭିଡର ପ୍ରଥମ ଲହରରେ ମଧ୍ୟ ସେବାୟତ ପରିବାରଙ୍କୁ 4ଟି କିସ୍ତିରେ 5 ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। ତେବେ ଗତ ବର୍ଷର 5 କିସ୍ତି ଓ ଦ୍ବିତୀୟ ଲହରର ପ୍ରଥମ ଆର୍ଥିକ ସହାୟତା କିସ୍ତିକୁ ମିଶାଇ 10 ହଜାର ଟଙ୍କା ସହାୟତା ଦିଆଯାଇଛି । ଏଥି ସହିତ ଗତ ଏପ୍ରିଲ ମାସରୁ ସେବାୟତଙ୍କୁ ଡବଲ ପାଳିଆ ପୁରସ୍କାର ଦିଆଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.