ETV Bharat / state

ପରଲୋକରେ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର - sebayata Premanad Das

ଅସୁସ୍ଥତା ହେତୁ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ବିୟୋଗ ଘଟିଛି । ସେବାୟତ ମହଲରେ ଶୋକର ଛାୟା । ସମ୍ପୂର୍ଣ୍ଣ ପଢନ୍ତୁ...

ବରିଷ୍ଠ ସେବାୟତ ପ୍ରେମାନଦ ଦାସ ମହାପାତ୍ରଙ୍କ ବିୟୋଗ

author img

By

Published : Sep 20, 2020, 10:53 AM IST

Updated : Sep 20, 2020, 11:33 AM IST

ପୁରୀ: ଶ୍ରୀମନ୍ଦିର ପରିଚଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଆଜି (ରବିବାର) ପରଲୋକ ଘଟିଛି । ଗତ କିଛିଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲାପରେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ।

ତେବେ ଆଜି ସକାଳେ ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସେବାୟତ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ 370ରୁ ଅଧିକ ସେବାୟତ କୋଭିଡରେ ଅକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ 5ରୁ 7 ଜଣ ସେବାୟତ ମଧ୍ୟ କୋଭିଡରେ ପ୍ରାଣ ହରାଇଲେଣି।

ତେବେ ଶ୍ରୀମନ୍ଦିରରେ ସେବାୟତ ମାନେ ଯେଭଳି କୋଭିଡରେ ଆକ୍ରାନ୍ତ ହେଉଛନ୍ତି ତାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 20, 2020, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.