ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗ: ଦେଢ ମାସରେ ଶେଷ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା - ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗ

ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା ବିଭିନ୍ନ ଘରୋଇ ପ୍ଲଟ ଓ ଲଜର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ସୁଦ୍ଧା 23 ଜଣ ନିଜ ପ୍ଲଟ୍ ପ୍ରଶାସନକୁ ହସ୍ତାନ୍ତର କରିଥିବାବେଳେ ଗୋଟିଏ ଲଜ୍‌ ମଧ୍ୟ ନିଜ ଜମି ପ୍ରଶାସନକୁ ହସ୍ତାନ୍ତର କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 4, 2019, 9:37 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ବିଭିନ୍ନ ଘରୋଇ ପ୍ଲଟ ଓ ଲଜର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 23 ଜଣ ନିଜ ପ୍ଲଟ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ଗୋଟିଏ ଲଜ ମଧ୍ୟ ନିଜ ଜମି ପ୍ରଶାସନକୁ ହସ୍ତାନ୍ତର କରିଛି । ଆଗାମୀ 3ରୁ 4 ଦିନ ମଧ୍ୟରେ ଆଉ 3ଟି ଲଜ ନିଜ ଜମି ହସ୍ତାନ୍ତର ପାଇଁ ମଞ୍ଜୁରୀ ଦେଇଛନ୍ତି।

ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗରୁ 16ଟି ନିଯୋଗ ନିଜ ଜମି ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ବଗଲା ଧର୍ମଶାଳା ପରେ ଉଚ୍ଛେଦ ହେଉଥିବା ଲଜକୁ ସେହି ସ୍ଥାନରେ ଥଇଥାନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗକୁ ମଧ୍ୟ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ବିସ୍ଥାପନ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ 185ଟି ଘରୋଇ ପ୍ଲଟ୍‌ ରହିଛି। ଯେଉଁଭଳି ଭାବେ ଲୋକେ ପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ନିଜ ଜମି ହସ୍ତାନ୍ତର କରୁଛନ୍ତି, ଅନ୍ୟମାନେ ମଧ୍ୟ ସେହିଭଳି ଭାବେ ଆଗେଇ ଆସି ନିଜ ଜମି ସରକାରଙ୍କୁ ହସ୍ତାନ୍ତର କରିବେ ବୋଲି ଆଶା ରଖିଛନ୍ତି ପୁରୀ ଜିଲ୍ଲାପାଳ । ଦେଢ଼ ମାସ ଭିତରେ ସମସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ ରହିଛି। ଏହି କାମରେ ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦେଢ ମାସ ଭିତରେ ଶେଷ ହେବ ଅଧିଗ୍ରହଣBody:ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଆସୁଥିବା ବିଭିନ୍ନ ଘରୋଇ ପ୍ଲ ଟ ଓ ଲଜ ଗୁଡିକ ର ଅଧିକାରୀ ପ୍ରକ୍ରିୟା ଚାଲୁ ରହିଛି। ତେବେ ବର୍ତ୍ତମାନ ସୁଧା 23 ଜଣ ନିଜ ଜାଗା ପ୍ରଶାସନ କୁ ହସ୍ତାନ୍ତର କରିଛନ୍ତି। ସେହିପରି ଗୋଟିଏ ଲଜ ମଧ୍ୟ ନିଜ ଜାଗାକୁ ପ୍ରଶାସନ କୁ ହସ୍ତାନ୍ତର କରିଛି। 3 ରୁ 4 ଦିନ ଭିତରେ ଆଉ 3 ଟି ଲଜ ନିଜ ଜାଗା ହସ୍ତାନ୍ତର ନେଇ ରାଜି ହୋଇ ଛନ୍ତି। ସେହିପରି ଶ୍ରୀ ମନ୍ଦିର ଭିତର ସେବୟତ ନିଯୋଗ ର 16 ଟି ନିଯୋଗ ମଧ୍ୟ ନିଜ ଜାଗା ସରକାର ଙ୍କୁ ହସ୍ତାନ୍ତର କରିଛନ୍ତି। ଉଛେଦ ହେଉଥିବା ଲଜ ଗୁଡିକୁ ବଗଲା ଧର୍ମ ଶାଳା ଉଛେଦ ପରେ ସେହି ଜାଗାରେ ଥଇଥାନ କରାଯିବ। ସେହିପରି ଭିତର ସେବୟତ ନିଯୋଗ କୁ ମଧ୍ୟ ରାଜ୍ୟ ସରକାର ଙ୍କ ଶ୍ରୀମନ୍ଦିର ସୁରକ୍ଷା ଯୋନ ବିସ୍ଥାପନ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ସେହିପରି ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ 185 ଟି ଘରୋଇ ପ୍ଲ ଟ ରହିଛି। ଯେଭଳି ଭାବେ ଲୋକ ମାନେ ପ୍ରଭୂ ଜଗନ୍ନାଥ ଙ୍କ ସେବା ପାଇଁ ତ୍ୟାଗ କରୁଛନ୍ତି ଅନ୍ୟ ଲୋକ ମାନେ ଆଗେଇ ଆସି ନିଜ ଜାଗା ସରକାର ଙ୍କୁ ହସ୍ତାନ୍ତର କରିବେ ବୋଲି ଆଶା ରଖିଛନ୍ତି ପୁରୀ ଜିଲାପାଳ। ଦେଢ଼ ମାସ ଭିତରେ ସମସ୍ତ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲୀ ପୁରୀ ଜିଲାପାଳ ଅନୁମାନ କରିଛନ୍ତି। ଲୋକ ଙ୍କୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି।

ବାଇଟ,, ବଲବନ୍ତ ସିଂ,, ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

FTP ଭିଯୁଆଲ ବାଇଟ ଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.