ETV Bharat / state

ଅଣସର ଘରେ ଶ୍ରୀଜୀଉ, ଚାଲିଛି ଗୁପ୍ତସେବା - ଗୁପ୍ତସେବା

ମହାପ୍ରଭୁଙ୍କୁ ଏବେ ପ୍ରବଳ ଜ୍ବର । ଅସୁସ୍ଥ ହୋଇପଡ଼ିଛନ୍ତି ବଡ଼ ଭାଇ ବଳିଆ, ଭଉଣୀ ସୁଭଦ୍ରା ଓ କୋଟି ଭକ୍ତଙ୍କ କାଳିଆ ସାଆନ୍ତ । ଅଣସର ଗୃହରେ ଶ୍ରୀଅଙ୍ଗରେ ଚାଲିଛି ଗୁପ୍ତସେବା । ଶନିବାର ଫୁଲୁରି ତେଲ ଲାଗି ହେବା ପରେ ସୁସ୍ଥ ହେବେ ଶ୍ରୀଜୀଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 21, 2019, 10:59 PM IST

ପୁରୀ: ସ୍ନାନ ମଣ୍ଡପରେ 108 ଗରା ଜଳରେ ସ୍ନାନ କରିବା ପରେ ଏବେ ଜ୍ବରରେ ଅସୁସ୍ଥ ମହାପ୍ରଭୁ । ସେପଟେ ଅଣସର ଗୃହରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଚାଲିଛି ଗୁପ୍ତନୀତି ସେବା । ସପର୍ପିତ ଭାବରେ ମହାବାହୁଙ୍କୁ ସୁସ୍ଥ କରିବାରେ ଲାଗିପଡ଼ିଛନ୍ତି ଦଇତା ସେବାୟତ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

ଏହି କ୍ରମରେ ଶୁକ୍ରବାର ପ୍ରଭୁଙ୍କୁ ଓଦା ବସ୍ତ୍ର ଉଲାଗି ହୋଇଛି । ଶନିବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯିବ । ଯାହାଦ୍ୱାରା ମହାପ୍ରଭୁ ସୁସ୍ଥ ହେବେ । ଶନିବାର ମଧ୍ୟାହ୍ନ ଧୂପ ପରେ ଦଇତାପତି ଓ ପତି ମହାପାତ୍ର ସେବକମାନେ ଫୁଲୁରି ତେଲ ଲାଗି ସେବା କରିବେ । ପରମ୍ପରା ଅନୁସାରେ ଅଣସରର ପଞ୍ଚମ ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ସ୍ୱତନ୍ତ୍ର ତେଲ ଲାଗି କରାଯାଏ ।

ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀମନ୍ଦିରକୁ ଆସିବା ପରେ କାଳିଆ ପରିବାରକୁ ଲାଗି ହୋଇଥାଏ । ରାଶି ତେଲରେ ବିଭିନ୍ନ ସୁବାସିତ ପୁଷ୍ପ ଯଥା ମଲୀ, କେତକୀ, ଯୁଇ ଆଦି ଫୁଲ ଦ୍ବାରା ଏହି ତେଲ ପ୍ରସ୍ତୁତ କରାଯାଏ । ବିଶେଷ କରି ହେରା ପଞ୍ଚମୀ ଦିନ ଏହି ତେଲକୁ ପ୍ରସ୍ତୁତ କରାଯାଇ ମାଟି ତଳେ ଏକ ପାତ୍ରରେ ଏକ ବର୍ଷ ପାଇଁ ପୋତାଯାଇ ରଖାଯାଏ ।

ଅଣବସରର ପଞ୍ଚମୀ ତିଥିରେ ମାଟି ତଳୁ ଏହି ସ୍ୱତନ୍ତ୍ର ତେଲ ବାହାର କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଥାଏ । ପରେ ମହାପ୍ରଭୁଙ୍କ ଗୁପ୍ତ ନୀତି କାନ୍ତି ସରିବା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ଫୁଲୁରି ତେଲ ଲାଗି ହୁଏ । ସେହିପରି ଏକାଦଶୀ ଦିନ ଦଶ ମୂଳ ଔଷଧ ଖାଇ ଠାକୁର ସୁସ୍ଥ ହେବାପରେ ବ୍ୟାକୁଳ ଭକ୍ତଙ୍କୁ ନବ ଯୌବନ ଦର୍ଶନ ଦେଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

asda

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.