ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ବିଭିନ୍ନ କୋଠା ଘର, ଦୋକାନ ଘର, ସରକାରୀ ଅଫିସକୁ ସୋମବାର ଠାରୁ ଉଚ୍ଛେଦ କରାଯାଇଛି । ତେବେ ଆଜି ଏହି ଉଚ୍ଛେଦ ପ୍ରକ୍ରିୟାର ଦ୍ବିତୀୟ ଦିନ । ଆଜି ବି ତେବେ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଥିବା କୋଠାଘରକୁ ଭଙ୍ଗାଯାଇଛି । ମେଘନାଦ ପାଚେରୀକୁ ଲାଗି ରହିଥିବା ବଡ ବଡ କୋଠାଘର ଭଙ୍ଗା ଚାଲିଛି ।
ତେବେ କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଘଟେ ସେଥିପାଇଁ ଘଟଣାସ୍ଥଳରେ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅନ୍ୟପଟେ 8 ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।
ସେପଟେ ଗତକାଲି ଭଙ୍ଗା ଯାଇଥିବା କୋଠାଘରର ଭଗ୍ନାବଶେଷକୁ ସ୍ଥାନାନ୍ତର କରାଯିବା ସହ ସଫେଇ କରାଯାଉଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ