ETV Bharat / state

ଦେବସ୍ନାନ ପୂର୍ଣ୍ଣିମାରେ ବିଶୃଙ୍ଖଳା ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ନେଇ ରାଜନୈତିକ ଗନ୍ଧ ବାରିଲେ ସେବାୟତ - puri

ପୁରୀ ବିଧାୟକ ଜଣେ ମୁକ୍ତି ମଣ୍ଡପର ବ୍ରାହ୍ମଣ । ସେ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ କରିଥାନ୍ତି । ତାଙ୍କୁ କେଉଁ ଆଧାରରେ ପ୍ରଶାସନ ନୋଟିସ କରିଛି ବୋଲି ପ୍ରଶ୍ନ କରିଛନ୍ତି ନିଲମ୍ବିତ ସେବାୟତ ସୋମନାଥ ଖୁଣ୍ଟିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 24, 2019, 9:05 PM IST

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ବିଶୃଙ୍ଖଳା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ନେଇ ମୁହଁ ଖୋଲିଛନ୍ତି ନିଲମ୍ବିତ ସେବାୟତ ସୋମନାଥ ଖୁଣ୍ଟିଆ। ପୁରୀ ବିଧାୟକ ବିଜେପିର ହୋଇଥିବାରୁ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଛନ୍ତି ସୋମନାଥ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେ କହିଛନ୍ତି, ପୂର୍ବରୁ ଅନେକ ବିଧାୟକ ଦେବସ୍ନାନ ମଣ୍ଡପକୁ ଯାଇ ଦର୍ଶନ କରିଥିଲେ । ବିଧାୟକ ଅରୁଣ ସାହୁ ମଧ୍ୟ ଏହା ମଧ୍ୟରୁ ଜଣେ । ହେଲେ ସେତେବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଆଉ ଏବେ ଆକ୍ରୋଶମୂଳକ ଭାବରେ ଏପରି କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ସେବାୟତ ସୋମନାଥ ଖୁଣ୍ଟିଆ ।

ସେ ଆହୁରି ମଧ୍ୟ କହିଛନ୍ତି, ପୁରୀ ବିଧାୟକ ଜଣେ ମୁକ୍ତି ମଣ୍ଡପର ବ୍ରାହ୍ମଣ । ସେ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ କରିଥାନ୍ତି । କିନ୍ତୁ ଚଳିତ ସ୍ନାନଯାତ୍ରାରେ ସେ କେବଳ ଦେବସ୍ନାନ ମଣ୍ଡପ ପାହାଚକୁ ସ୍ପର୍ଶ କରିଥିଲେ । ତାଙ୍କୁ କେଉଁ ଆଧାରରେ ପ୍ରଶାସନ ନୋଟିସ କରିଛି ବୋଲି ପ୍ରଶ୍ନ କରିଛନ୍ତି ନିଲମ୍ବିତ ସେବାୟତ । ସେହିପରି ସେ ବିଧାୟକଙ୍କୁ ନେଇ ଯାଇଥିବା ଘଟଣା ମଧ୍ୟ ମିଥ୍ୟା ବୋଲି କହିଛନ୍ତି ସୋମନାଥ । ସେ କେବଳ ଦର୍ଶନ ବେଳେ ବିଧାୟକଙ୍କ ପାଖରେ ଥିବା କହିଛନ୍ତି ।

ସୋମନାଥ କହିଛନ୍ତି ଯେ ଯଦି ସ୍ନାନ ମଣ୍ଡପକୁ ଅନ୍ୟ କୌଣସି ବ୍ୟକ୍ତି ଆସିବାର କଟକଣା ରହିଛି, ତେବେ ସେହି ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଓ ସେବକ ବିଧାୟକଙ୍କୁ ଅଟକାଇବା କଥା । ହେଲେ କାହିଁକି ସେମାନେ ଅଟକାଇ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କେବଳ ରାଜନିତୀକରଣ କରି ତାଙ୍କୁ ନିଲମ୍ବିତ କରିଥିବା ଅଭିଯୋଗ କରିଛନ୍ତି ସୋମନାଥ ଖୁଣ୍ଟିଆ । ଏନେଇ ପରବର୍ତ୍ତୀ ସମୟରେ ସେ ଆଇନର ଆଶ୍ରୟ ନେବାକୁ ମଧ୍ୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବରେ ସରିଥିବା ବେଳେ ସେବାୟତଙ୍କୁ ନୋଟିସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି। ଯଦି କେହି ଅତିଥି ଆସନ୍ତି, ସେବାୟତମାନେ ମହାପ୍ରଭୁଙ୍କ ତୁଳସୀ ଓ କର୍ପୁର ପ୍ରଦାନ କରିଥାନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ସେବାୟତଙ୍କୁ ଟାର୍ଗେଟ କରିବା ନିନ୍ଦନୀୟ ବୋଲି ବିନାୟକ ଦାସ ମହାପାତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସେବାୟତ ନିଲମ୍ବନ ପ୍ରସଙ୍ଗ କୁ ନେଇ ସେବୟତ ମହଲରେ ତୀବ୍ର ଅସନ୍ତୋଷBody:ଦେବସ୍ନାନ ପୂର୍ଣ୍ଣିମା ରେ ବିଶୃଙ୍ଖଳା କୁ ନେଇ ସେବୟତ ଙ୍କୁ ନୋଟିସ ଓ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଲମ୍ବିତ ହୋଇ ଥିବା ସେବୟତ ସୋମନାଥ ଖୁଣ୍ଟିଆ। ପୁରୀ ବିଧାୟକ ବିଜେପି ଦଳର ହୋଇ ଥିବାରୁ ରାଜ୍ୟ ସରକାର ଙ୍କ ପ୍ରରୋଚନାରେ ରାଜନୀତି କରଣ ପ୍ରଶାସନ କରିଥିବା ସୋମନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି। କାରଣ ଅନେକ ବ୍ୟକ୍ତି ଏପରିକି ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଦେବ ସ୍ନାନ ମଣ୍ଡପ କୁ ଯାଇ ଦର୍ଶନ କରିଥିଲେ ମଧ୍ୟ କାହିଁକି ପ୍ରଶାସନ ତାଙ୍କୁ ନୋଟିସ କରିନାହିଁ ବୋଲୀ ସେ ପ୍ରଶ୍ନ କରିଛନ୍ତି। ସେହିପରି ପୁରୀ ବିଧାୟକ ଜଣେ ମୁକ୍ତି ମଣ୍ଡପ ର ବ୍ରାହ୍ମଣ ହୋଇ ଥିବା ବେଳେ ପ୍ରତିବର୍ସ ମହାପ୍ରଭୁଙ୍କ ଦର୍ଶନ ଦେବ ସ୍ନାନ ପୂର୍ଣ୍ଣିମା ରେ କରନ୍ତି। କିନ୍ତୁ ଚଳିତ ସ୍ନାନ ଯାତ୍ରାରେ ସେ କେବଳ ଦେବସ୍ନାନ ମଣ୍ଡପ ପାହାଚ କୁ ସ୍ପର୍ଶ କରି ଥିବା ବେଳେ କେଉଁ ଆଧାରରେ ପ୍ରଶାସନ ନୋଟିସ କରିଛି ବୋଲୀ ସେ କହିଛନ୍ତି। ସେହିପରି ସେ ବିଧାୟକ ଙ୍କୁ ନେଇ ଯାଇଥିବା ଘଟଣା ଠୀକ ନୁହଁ ବୋଲି କହିଛନ୍ତି। ସେ କେଵଳ ବିଧାୟକ ଦର୍ଶନ ବେଳେ ତାଂକ ପାଖରେ ରହିଥିଲେ। ଯଦି ସ୍ନାନ ମଣ୍ଡପ ରେ ଅନ୍ୟ କୌଣସି ବ୍ୟକ୍ତି ଆସିବାର କଟକଣା ରହିଛି ସେହି ଦାୟିତ୍ୱ ରେ ଥିବା ପୋଲିସ କର୍ମଚାରୀ ଓ ସେବକ ବିଧାୟକ ଙ୍କୁ କାହିଁକି ଅଟକାଇ ଲେ ନାହିଁ। ତେଣୁ ତାଙ୍କୁ ଏହି ପ୍ରସଙ୍ଗ ରେ ଶ୍ରୀମନ୍ଦିର ପ୍ରଶାସନ ରାଜନିତୀ କରଣ କରି ନିଲମ୍ବିତ କରାଯାଇ ଥିବା ସୋମନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ତେବେ ସେ ତାଙ୍କର ଆଇନି ଯିବି ଙ୍କ ସହ କଥା ହୋଇ ଉପଯୁକ୍ତ ଉତ୍ତର ରଖିବେ ବୋଲି କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗ ନେଇ ସେବୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ନାନ ପୂର୍ଣ୍ଣିମା ଠିକ ରେ ସବୁ କିଛି ସାରିଥିବା ବେଳେ ସେବୟତ ଙ୍କୁ ନୋଟିସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ଦଇତା ପତି ବିନାୟକ ଦାସ ମହାପାତ୍ର କହିଛନ୍ତି। ଯଦି କେହି ଅତିଥି ଆସନ୍ତି ସେବୟତ ମାନେ ମହାପ୍ରଭୁ ଙ୍କ ତୁଳସୀ କର୍ପୁର ଆଦି ପ୍ରଦାନ କରିଥାନ୍ତି। ତେବେ ଏହି ପ୍ରସଙ୍ଗ କୁ ନେଇ ସେବାୟତ ଙ୍କୁ ପ୍ରଶାସନ ଟାର୍ଗେଟ କରିବା ନିନ୍ଦନୀୟ ବୋଲୀ ସେ କହିଛନ୍ତି। ସେହିପରି ବିଧାୟକ ଙ୍କୁ ସ୍ନାନ ମଣ୍ଡପରେ କାହିଁକି ମନ୍ଦିର ପୋଲିସ ଅଟକେଇଲା ନହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଅଯଥାରେ ପ୍ରଶାସନ ସେବକଙ୍କ ବିରୋଧ ରେ ପଦକ୍ଷେପ ନେଉଥିବା ବରିଷ୍ଠ ସେବୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।

ବାଇଟ,1,, ସୋମନାଥ ଖୁଣ୍ଟିଆ,, ନିଲମ୍ବିତ ସେବୟତ
ବାଇଟ2,, ବିନାୟକ ଦାସ ମହାପାତ୍ର, ବରିଷ୍ଠ ସେବୟତConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.