ETV Bharat / state

ପୁଣି ଏମାର ମଠରେ ଯାଞ୍ଚ, ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭ - ଏମାର ମଠରେ ରୂପା ପଥର ସନ୍ଧାନ

ପୁଣି ପୁରୀ ଏମାର ମଠରେ ଯାଞ୍ଚ ଆରମ୍ଭ ହୋଇଛି । ପ୍ରତ୍ନତାତ୍ତ୍ବିକ ବିଭାଗ ମଠ ପରିସରରେ ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପୁଣି ଏମାର ମଠରେ ଯାଞ୍ଚ, ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭ
ପୁଣି ଏମାର ମଠରେ ଯାଞ୍ଚ, ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭପୁଣି ଏମାର ମଠରେ ଯାଞ୍ଚ, ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭ
author img

By

Published : Feb 4, 2022, 1:09 PM IST

Updated : Feb 4, 2022, 1:22 PM IST

ପୁରୀ: ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ । ପ୍ରତ୍ନତାତ୍ତ୍ବିକ ବିଭାଗ ଗୋଲେଇ ଚିହ୍ନିତ ସ୍ଥାନର ଖନନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ସ୍ଥାନ ମେଟାଲଡିଟେକ୍ଟର ସାହାଯ୍ୟରେ ଚିହ୍ନଟ ହୋଇ ଖନନ କରାଯାଇଛି । ଗତ ସେପ୍ଟେମ୍ବର 16 ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଇଥିଲା ।

ପୁଣି ଏମାର ମଠରେ ଯାଞ୍ଚ, ଗୋଲେଇ ଚିହ୍ନିତ ସ୍ଥାନରେ ଖନନ ଆରମ୍ଭ

3ଟି ସ୍ଥାନରେ ଗୋଲେଇ ଚିହ୍ନଟ କରାଯାଇ ଖୋଳାଯିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ମେଟାଲ ଡିଟେକ୍ଟରଟି ଦେଢ଼ ଫୁଟ ପର୍ଯ୍ୟନ୍ତ ଚିହ୍ନଟ କରିପାରୁଥିବାରୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଅସନ୍ତୋଷ ରହିଥିଲା ଏବଂ ଚାରିଫୁଟ ପର୍ଯ୍ୟନ୍ତ ଚିହ୍ନଟ କରାଗଲା ଭଳି ଡିଟେକ୍ଟର ବ୍ୟବହାର କରିବାକୁ ଦାବି ହୋଇଥିଲା । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ ଚାଲିଛି । ଟ୍ରଷ୍ଟ ମୁଖ୍ୟଙ୍କ ସହ ସଦସ୍ୟମାନେ ଉପସ୍ଥିତ ଅଛନ୍ତି ।

ପୂର୍ବରୁ ଏମାର ମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇଥିବା ବେଳେ ପରେ ୨୦୨୧ ଏପ୍ରିଲରେ ୪୫ଖଣ୍ଡ ଉଦ୍ଧାର ହୋଇଥିଲା । ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଉଛି। ଆଜି ମଧ୍ୟ ଚିହ୍ନଟ ସ୍ଥାନକୁ ଖୋଳାଯାଉଛି । ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଠ ପରିଚାଳନା ଦାୟିତ୍ବରେ ଥିବା ଉତ୍ତରପାର୍ଶ୍ବ ମଠର ମହନ୍ତଙ୍କ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାର କରି ଏହି ଯାଞ୍ଚ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 4, 2022, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.