ପୁରୀ: ପୁରୀ ନିମାପଡା ଥାନା ଚାରି ଛକରେ ଏକ ସ୍କୁଲଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚାରିଛକ ସ୍ଥିତ ଜଳଛତ୍ର ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ବିବେକାନନ୍ଦ ସ୍କୁଲ ଭ୍ୟାନଟି ଓଲଟି ପଡିବାରୁ 7ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଭ୍ୟାନଟି ସ୍କୁଲ ଯାଉଥିବା ବେଳେ ଏହି ଘଟଣା ଘଟିଛି । ସୌଭାଗ୍ୟବଶତଃ କୌଣସି ବଡ ଧରଣର ଅଘଟଣ ଘଟିନାହିଁ ।
ରାସ୍ତାରେ ଖରାପ ଥିବାରୁ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ ଏକ ନାଳକୁ ଖସି ପଡିଥିଲା । ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ନାଳରେ ପଶି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ଆହତ ଛାତ୍ରଙ୍କୁ ଚାରି ଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଜଣେ ଛାତ୍ର ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ