ETV Bharat / state

ସରକାରଙ୍କ ଉପରେ ବର୍ଷିଲା ସରପଞ୍ଚ ସଂଘ, ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ଦାବି - ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା

ପଞ୍ଚାୟତ ଓ ସରପଞ୍ଚକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ପୁରୀ ସରପଞ୍ଚ ସଂଘ । ପଞ୍ଚାୟତକୁ ତାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ଦାବି ।

ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ଦାବି କଲା ସରପଞ୍ଚ ସଂଘ

author img

By ETV Bharat Odisha Team

Published : Sep 1, 2023, 7:44 PM IST

ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ଦାବି କଲା ସରପଞ୍ଚ ସଂଘ

ପୁରୀ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ସରପଞ୍ଚ ସଂଘ । ପଞ୍ଚାୟତ ଓ ସରପଞ୍ଚକୁ ଅବହେଳା କରାଯାଇ ଅଫିସରଙ୍କ ଦ୍ବାରା ସବୁ ଉନ୍ନତିମୂଳକ କାର୍ଯ୍ୟ ହେଉଥିବା ଅଭିଯୋଗ ଆଣିଲା ସଂଘ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତକୁ ଅଖଣ୍ଡ କ୍ଷମତା ଦେବାକୁ ଦାବି । ପଞ୍ଚାୟତକୁ ପୂର୍ବ ଭଳି କ୍ଷମତା ଦାବି କରି ପୁରୀ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସରପଞ୍ଚ ସଂଘ ଉପ ସଭାପତି ରମେଶ ପ୍ରଧାନ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ପଞ୍ଚାୟତଗୁଡ଼ିକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ମହିଳାମାନଙ୍କୁ ୩୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଅନ୍ୟତମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ବଢାଇ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । କୋରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ଉପରେ ଆସ୍ଥା ରଖି ଜିଲ୍ଲାପାଳ କ୍ଷମତା ଅର୍ପଣ କରି ଏକ ଇତିହାସ ସୃଷ୍ଟି କରିଥିଲେ । ହେଲେ ପରବର୍ତ୍ତୀ କାଳରେ ୨୦୨୦-୨୧ ଆର୍ଥିକ ବର୍ଷ ପରେ ବିଭିନ୍ନ ପ୍ରଶାସନିକ ଚିଠି ବଳରେ ଗ୍ରାମପଞ୍ଚାୟତର ସମସ୍ତ କ୍ଷମତା ଅପସାରଣ କରି ଦିଆଯାଇଛି । ଅନ୍ୟ ରାଜ୍ୟରେ ସରପଞ୍ଚମାନଙ୍କୁ ଯେଭଳି ସୁବିଧା ସୁଯୋଗ ମିଳୁଛି ତାହା ଓଡ଼ିଶାରେ ମିଳୁନାହିଁ । ଗ୍ରାମସଭା ନକରି ପ୍ରତି ପଞ୍ଚାୟତକୁ ଅସୁଥିବା 50 ଲକ୍ଷ ଟଙ୍କା ସରକାରୀ ଅଫିସରମାନେ ନିଜ ନାଁରେ ବିଲ୍‌ କରୁଛନ୍ତି । ପଞ୍ଚାୟତରେ ଯାହାବି ବିକାଶମୂଳକ କାର୍ଯ୍ୟ କରାଯିବ, ଗ୍ରାମସଭାର ଅନୁମୋଦନ ରହିବା ଜରୁରୀ । ନିୟମକୁ ଉଲ୍ଲଂଘନ କରାଯାଇ ତଳସ୍ତରର ନିର୍ବାଚିତ ପ୍ରତିନିଧ‌ିଙ୍କୁ ସାମିଲ କରାଯାଇ ନାହିଁ ।"

ଅଧିକ ପଢନ୍ତୁ: ଦାବିପତ୍ର ଜାଳିଲେ ସରପଞ୍ଚ, ଜିଲ୍ଲାପାଳଙ୍କୁ ବିରୋଧ

ସରପଞ୍ଚଙ୍କ ଦାବି ଗୁଡିକ ହେଲା: ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସଭାକୁ ସର୍ବୋଚ୍ଚ ମାନ୍ୟତା ପ୍ରଦାନ କରାଯାଉ । ବିଭିନ୍ନ ଜମି ଅଧିକରଣ ସମୟରେ ଗ୍ରାମ ପଞ୍ଚାୟତ ସଭାଠାରୁ ପରାମର୍ଶ ନିଆଯାଉ । ଏହାଯୋଗୁଁ ସ୍ଥାନୀୟ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା କରିବାରେ ଗ୍ରାମସଭାର ମହତ୍ତ୍ୱ ବୃଦ୍ଧି ପାଇବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କ୍ଷମତା ସରପଞ୍ଚଙ୍କୁ ପ୍ରଦାନ କରାଯାଉ । ଉନ୍ନୟନ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତି ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଡିଏମ୍ଏଫ୍ ପାଣ୍ଠିରୁ 20ଲକ୍ଷ ଟଙ୍କା ଆବଣ୍ଟନ କରାଯାଉ । ସରପଞ୍ଚଙ୍କ ମାସିକ ଭତ୍ତାକୁ 23ଶହ ଟଙ୍କରୁ 15ହଜାର ଟଙ୍କାକୁ ବୃଦ୍ଧି କରାଯାଉ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଦିବ୍ୟାଙ୍ଗମାନଙ୍କ ସହାୟତା ପାଇଁ ଆବେଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଆବଶ୍ୟକତା ପୂରଣ ନହେବା ପର୍ଯ୍ୟନ୍ତ ଡିଏମ୍‌ଏଫ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଉ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.