ETV Bharat / state

ଭୋଟ୍ ପାଇଁ ଚେକ୍ ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ ! - ଭୋଟ୍ ପାଇଁ ଚେକ୍ ବାଣ୍ଟିଲେ ପ୍ରାର୍ଥୀ

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେକ୍ ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ । ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତରେ ହୋଇଛି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

ଭୋଟ୍ ପାଇଁ ଚେକ୍ ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ !

author img

By

Published : Jan 30, 2022, 12:39 PM IST

ପୁରୀ: ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ନିର୍ବାଚନକୁ ନେଇ ଉଠୁଛି ପଡୁଛି ଗାଁ ଗଣ୍ଡା । ଭୋଟରଙ୍କୁ ପ୍ରଭାବିତ କରିବାକୁ ମାଳ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ପ୍ରାର୍ଥୀ । ହେଲେ ଭୋଟ୍ ପାଇଁ ପୁରୀରେ ଭୋଟରଙ୍କୁ ଚେକ୍ ବଣ୍ଟା ଯିବାର ଘଟଣା ଏବେ ଚାରିଆଡେ ହଇଚଇ ସୃଷ୍ଟି କରିଛି । ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନଗୋ ଭୋଟରଙ୍କୁ ପ୍ରଲୋଭନ ଦେଖାଇ କେତୋଟି ଚେକ୍ ବାଣ୍ଟିଥିବା ଅଭିଯୋଗ ହୋଇଛି । ସେପଟେ ଚେକ୍ ବାଣ୍ଟିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୋପ ବ୍ଳକ୍‌ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟ୍ ପାଇଁ ଚେକ୍ ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ !

ଅଭିଯୋଗ ଅନୁଯାୟୀ, ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନଗୋ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ କେତୋଟି ଚେକ୍ ବାଣ୍ଟଛନ୍ତି । ଯେଉଁଥିରେ ୩ ହଜାର ଟଙ୍କା ଲେଖା ରହିଛି । କିଛି ମହିଳା ଗୋଷ୍ଠୀଙ୍କୁ ଏହି ଚେକ୍ ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିରୋଧି ଧରିବା ସହିତ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଖବର ଜଣାପଡିବା ପରେ ଗୋପ ନିର୍ବାଚନ ଅଧିକାରୀ ତଥା ବିଡିଓ ଦୀପ୍ତିରାଣୀ ଦାସ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଗୋପ ତହସିଲଦାର ଏସ୍.କେ, ସାଗର ତଦନ୍ତ ଆରମ୍ଭ କରିବା ସହିତ ଗୋପ ଷ୍ଟେଟ୍ ବ୍ୟାଙ୍କରେ ସମସ୍ତ ଦସ୍ତାବିଜ୍ ସଂଗ୍ରହ କରିଛନ୍ତି ।

ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଘଟଣାଟି ଏବେ ଲୋକଲୋଚନକୁ ଆସିବା ପରେ ଭିନ୍ନ ମୋଡ଼ ନେବାରେ ଲାଗିଛି । ସବୁ ଆଇନ୍ କାନୁନକୁ ଫୁ କରି ସରପଞ୍ଚ ପ୍ରାର୍ଥୀ ଭୋଟ ପାଇଁ ଚେକ୍ ବଣ୍ଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀ । ବିରୋଧୀ ତାଙ୍କ ନାଁରେ ଅପପ୍ରଚାର କରିଛନ୍ତି ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ନିର୍ବାଚନ ଅଧିକାରୀ କ'ଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.