ETV Bharat / state

ଗର୍ଭିଣୀ ହାତୀକୁ ହତ୍ୟା ଘଟଣା: ବାଲୁକାକଳାରେ ନିନ୍ଦା - kerala elephant

ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା କରିବା ଘଟଣାକୁ ବାଲୁକାକଳା ମାଧ୍ୟମରେ ଘୋର ନିନ୍ଦା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଗର୍ଭବତୀ ହାତୀକୁ ହତ୍ୟା ଘଟଣାକୁ ବାଲୁକାକଳାରେ ନିନ୍ଦା

author img

By

Published : Jun 4, 2020, 11:04 PM IST

ପୁରୀ: କେରଳରେ ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା କରିବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି । ବିଭିନ୍ନ ମହଲରେ ଏଭଳି ଜଘନ୍ୟ କାଣ୍ଡ ନିନ୍ଦା କରାଯିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଏହି ଘଟଣାକୁ ବାଲୁକା ଶିଳ୍ପୀ ସୁଦର୍ଶନ ନିଜ ବାଲୁକାକଳା ମାଧ୍ୟମରେ କଠୋର ନିନ୍ଦା କରିଛନ୍ତି ।

ଗର୍ଭବତୀ ହାତୀକୁ ହତ୍ୟା ଘଟଣା: ବାଲୁକାକଳାରେ ନିନ୍ଦା

ମଣିଷ ନିଜର ମାନବିକତା ହରାଇବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ବାର୍ତ୍ତା ଦେଇଛନ୍ତି ତାଙ୍କ ବାଲୁକାକଳାରେ । ପୁରୀ ବେଳାଭୂମିରେ ଏନେଇ ଏକ ସେ ବାଲୁକାକଳା କରିଛନ୍ତି । ଯେଉଁ ଥିରେକି ଏକ ହାତୀ ପେଟରେ ଛୋଟ ଛୁଆ ହାତୀ ରହିଥିବା ବାଲୁକାକଳାରେ ଦର୍ଶାଇଛନ୍ତି । ତେବେ ହାତୀ ଭଳି ଏକ ନୀରିହ ଯିବକୁ ଯେଭଳି ହତ୍ୟା କରଯାଇଛି ତାକୁ ସେ ନିନ୍ଦା କରିଛନ୍ତି । ସମଗ୍ର ମାନବ ସମାଜ ଏହି ଘଟଣାକୁ ନିନ୍ଦା କରିବା ସହ ସଚେତନ ହୋଇ ନିରୀହ ଯିବଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.