ETV Bharat / state

ବ୍ରହ୍ମଗିରି ବ୍ଲକରେ ଦୁର୍ନୀତି ଗନ୍ଧ, ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ - ଉନ୍ନତିମୂଳକ କାର୍ଯ୍ୟ

ବ୍ରହ୍ମଗିରି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଁଚିବା ସହ ଏକ ବ୍ୟକ୍ତିଗତ କମ୍ପାନୀ ଭଳି କାମ କରୁଥିବା ସମିତି ସଭ୍ୟା ଅଭିଯୋଗ କରିଛନ୍ତି । ଏ ନେଇ ଆଜି ପଞ୍ଚାୟତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସମିତି ସଭ୍ୟା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଦେବାଶିଷ ଦାସ
author img

By

Published : Sep 4, 2019, 7:29 PM IST

ବ୍ରହ୍ମଗିରି: ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଏନେଇ ଆଜି ବ୍ରାହାମୁନିଆ ପଞ୍ଚାୟତର ସମିତି ସଭ୍ୟା ନିରୂପମା ଦାଶ , କାଣ୍ଡଗଦା ପଞ୍ଚାୟତର ସମିତି ସଭ୍ୟା ବିଷ୍ଣୁ ପ୍ରିୟା ବରାଳ ,ପୂର୍ବତନ ବ୍ରହ୍ମଗିରି ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ସମିତି ସଭ୍ୟ ପ୍ରସନ୍ନ ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଦେବାଶିଷ ଦାସ

ଆଜିକୁ ପ୍ରାୟ ଦେଢ଼ ବର୍ଷ ହେବ ବ୍ଲକରେ ପଞ୍ଚାୟତ ସମିତି ବୈଠକ ଡକାଯାଇନାହିଁ। ବ୍ଲକରେ ଯେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ତାହା ବ୍ଲକ ବିଡ଼ିଓ ଓ ବ୍ଲକ ଅଧକ୍ଷାଙ୍କ ଛଡା ଅନ୍ୟ ସମସ୍ତଙ୍କ ଅଗୋଚରରେ ରଖାଯାଉଛି। ଜନ ପ୍ରତିନିଧିମାନେ କୌଣସି କାର୍ଯ୍ୟର ତଦାରଖ କରିବା ପାଇଁ ଗଲେ ବ୍ଲକରେ କୌଣସି କର୍ମଚାରୀ ସେମାନଙ୍କୁ ସହଯୋଗ କରୁନାହାନ୍ତି। ବ୍ରହ୍ମଗିରି ବ୍ଲକର ଅଧକ୍ଷା ଓ ବିଡ଼ିଓ ମିଳିତ ହୋଇ ବ୍ଲକ କଯ୍ୟାଳୟକୁ ଏକ ବ୍ୟକ୍ତିଗତ କମ୍ପାନୀ ଭାବେ ଚଳାଇବା ଏବଂ ଫନି ଭଳି ଏକ ପ୍ରଳୟଙ୍କାରୀ ମହାବାତ୍ୟାରେ ବ୍ଲକ ଅଧିକାରୀ ଲୋକପ୍ରତିନିଧି ମାନଙ୍କୁ ଡକାଇ ଏକ ସମୀକ୍ଷା ବୈଠକ ନ କରିବା ନେଇ ଦୁଇ ଜଣ ସମିତି ସଭ୍ୟା କ୍ଷୋଭପ୍ରକାଶ କରିଛନ୍ତି।

ଏହିସବୁ ଅଭିଯୋଗ ନେଇ ପୁରୀ ଜିଲ୍ଲାପାଳଙ୍କୁ ଗତ ଜୁଲାଇ 15ରେ ଲିଖିତ ଅଭିଯୋଗ କରିଥିଲେ । କଟକ ହାଇକୋର୍ଟରେ ଏକ କେସ ଦାୟର କରିଥିଲେ । ତେବେ ଯଥାଶୀଘ୍ର ଏହାର ଉତ୍ତର ଦେବା ପାଇଁ ପଞ୍ଚାୟତରାଜ ବିଭାଗ, ପୁରୀ ଜିଲ୍ଲାପାଳ, ବିଡ଼ିଓ ବ୍ରହ୍ମଗିରି ଏବଂ ବ୍ଲକ ଅଧକ୍ଷା ବ୍ରହ୍ମଗିରିଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ବ୍ରହ୍ମଗିରି ବ୍ଲକ ରେ ଦୁର୍ନୀତି ନେଇ ସମିତି ସଭ୍ୟା କଲେ ସାମ୍ବାଦିକ ସମିଳନୀ।
ବ୍ରହ୍ମଗିରି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଁଚିବା ସହ ଏକ ବ୍ୟକ୍ତିଗତ କମ୍ପାନୀ ଭଳି କାମ କରାଯାଉଥିବା ସମିତି ସଭ୍ୟା ଅଭିଯୋଗ କରିଛନ୍ତି।

Body:ବ୍ରହ୍ମଗିରି ବ୍ଲକ ରେ ଦୁର୍ନୀତି ଚରମ ସୀମାରେ ପହଁଚି ଯାଇଥିବା ନେଇ ବ୍ରାହାମୁନିଆ ପଞ୍ଚାୟତର ସମିତି ସଭ୍ୟା ନିରୂପମା ଦାଶ , କାଣ୍ଡଗଦା ପଞ୍ଚାୟତ ର ସମିତି ସଭ୍ୟା ବିଷ୍ଣୁ ପ୍ରିୟା ବରାଳ ,ବୁର୍ବତନ ବ୍ରହ୍ମଗିରି ବ୍ଲକ ଅଧକ୍ଷ କୃଷ୍ଣ ଚନ୍ଦ୍ର ରାୟ ଓ ବୁର୍ବତନ ସମିତି ସଭ୍ୟ ପ୍ରସନ୍ନ ବରାଳ ସାମ୍ବାଦିକ ସମ୍ମିଳନୀ ଡାକି ଜଣାଇଛନ୍ତି।
ଆଜିକୁ ପ୍ରାୟ ଦେଢ଼ ବର୍ଷ ହେବ ବ୍ଲକରେ ପଞ୍ଚାୟତ ସମିତି ବୈଠକ ଡକାଯାଇନାହିଁ।ବ୍ଲକ ରେ ଯେ କୌଣସି ଉର୍ଣ୍ଣତି ମୂଳକ କାଯ୍ୟ କରାଯାଉଛି ତାହା ବ୍ଲକ ବିଡ଼ିଓ ଓ ବ୍ଲକ ଅଧକ୍ଷା ଙ୍କ ଛଡା ଅନ୍ୟ ସମସ୍ତଙ୍କ ଅଗୋଚରରେ ରଖାଯାଉଛି।ଜନପ୍ରତିନିଧି ମାନେ କୌଣସି କାଯ୍ୟର ତଦାରଖ କରିବା ପାଇଁ ଗଲେ ବ୍ଲକରେ କେହି କର୍ମଚାରୀ ସେମାନଙ୍କୁ ସହଯୋଗ କରୁନାହାନ୍ତି।
ବ୍ରହ୍ମଗିରି ବ୍ଲକର ଅଧକ୍ଷା ଓ ବିଡ଼ିଓ ମିଳିତ ହୋଇ ବ୍ଲକ କଯ୍ୟାଳୟକୁ ଏକ ବ୍ୟକ୍ତି ଗତ କମ୍ପାନୀ ଭାବେ ଚଳାଇବା ଏବଂ ଫୋନି ଭଳି ଏକ ପ୍ରଲଙ୍କାରୀ ମହା ବାତ୍ୟାରେ ବ୍ଲକ ଅଧିକାରୀ ଲୋକପ୍ରତିନିଧି ମାନଙ୍କୁ ଡକାଇ ଏକ ସମୀକ୍ଷା ବୈଠକ ନ କରିବା ନେଇ ଦୁଇ ଜଣ ସମିତି ସଭ୍ୟା କ୍ଷୋବ ପ୍ରକାଶ କରିଛନ୍ତି।
ଏହିସବୁ ଅଭିଯୋଗ କରି ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ 15/7/19 ରେ କଟକ ଉଞ୍ଚ ନ୍ୟାୟଳୟ ରେ ଏକ କେସ ଦାୟର କରିଥିଲେ।
14/8/19 ରେ କେସ ନ 14366 ର ନ୍ୟାୟାଳୟ ବିଚାର କରି ଯଥା ଶୀଘ୍ର ଏହାର ଉତ୍ତର ଦେବା ପାଇଁ ପଞ୍ଚାୟତରାଜ ବିଭାଗ,ପୁରୀ ଜିଲ୍ଲାପାଳ,ବ୍ରହ୍ମଗିରି ବିଡ଼ିଓ ଏବଂ ବ୍ରହ୍ମଗିରି ବ୍ଲକ ଅଧକ୍ଷା ଙ୍କୁ ନୋଟିସ କରିଛନ୍ତି।

Conclusion:Byte 1. Nirupama Dash,samiti sabhya brahmunia gp.
Byte 2 . Bishnupriya Baral,samiti sabhya kandagada gp.
byte and visual send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.