ETV Bharat / state

ଜଗା ପ୍ରେମରେ ବିଦେଶୀ ଭକ୍ତ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଦଣ୍ଡ ପ୍ରଣାମ ମାରିଲେ ଋଷିଆ ପର୍ଯ୍ୟଟକ

କାଳିଆ ପ୍ରେମରେ ବିଦେଶୀ ଭକ୍ତ । ଋଷରୁ ଆସିଥିବା 3 ଜଣ ପର୍ଯ୍ୟଟକ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ପୂର୍ବକ ଦଣ୍ଡ ପ୍ରଣାମ ମାରି ମାରି ଦେଇଛନ୍ତି ଏକ ନୂଆ ସନ୍ଦେଶ । ଅଧିକ ପଢନ୍ତୁ

author img

By

Published : Mar 26, 2023, 8:42 AM IST

Updated : Mar 26, 2023, 9:15 AM IST

foreign devotees
foreign devotees
foreign devotees

ପୁରୀ: କାଳିଆ ପ୍ରେମରେ ବିଦେଶୀ ଭକ୍ତ । ବିଦେଶରେ ମହମହ ହୋଇ ମହକୁଛି ଭାରତୀୟ ସଂସ୍କୃତିର ବାସ୍ନା । ସାରା ବିଶ୍ବରୁ ଭାରତୀୟ ସଂସ୍କୃତି ଓ ବିଶେଷକରି ଜଗନ୍ନାଥ ସଂସ୍କୃତିକୁ ଆଦର୍ଶ ମାନି ଧାଇଁ ଆସୁଛନ୍ତି ପର୍ଯ୍ୟଟକ ଓ ଭକ୍ତ । କାଳିଆର ଡୋରି ନଲାଗିଲେ ଶ୍ରୀକ୍ଷେତ୍ରରେ ପାଦ ରଖିବା ଅସମ୍ଭବ । ସେଥିପାଇଁ ତ ସେ ହେଉଛି ବ୍ରହ୍ମାଣ୍ତ ମାଲିକ । ଯିଏ ତାକୁ ଭକ୍ତିର ସହ ଡାକିଛି ସେ ଜୀବନରେ ସବୁକିଛି ପାଇଛି । ଯାହାର ଉଦାହରଣ ଶ୍ରୀମନ୍ଦିର ନିକଟରେ ଦେଖିବାକୁ ମିଳିଛି । ଋଷରୁ ଆସିଥିବା 3ଜଣ ବ୍ୟକ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ପୂର୍ବକ ଦଣ୍ଡ ପ୍ରଣାମ ମାରି ମାରି ଏକ ନୂଆ ସନ୍ଦେଶ ଦେଇଛନ୍ତି ।

ଜଗନ୍ନାଥଙ୍କ ପ୍ରତି ବିଦେଶୀ ଭକ୍ତଙ୍କ ଏପରି ଅପୂର୍ବ ଭକ୍ତି ଦେଖି ସବୁ ଭକ୍ତ ଓ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଶ୍ରୀମନ୍ଦିର ଭିତରକୁ ଯିବାକୁ ବିଦେଶୀଙ୍କୁ ମନା ହେଲେ ମଧ୍ୟ ଭାରତୀୟ ଓ ସନାତନ ସଂସ୍କୃତିକୁ ଭଲପାଇ ସେମାନେ ଶ୍ରୀମନ୍ଦିର ବାହାରେ ଆସି କଳାଠାକୁରଙ୍କ ସତ୍ତାକୁ ଉପଲବ୍ଧି କରୁଛନ୍ତି । ''ଋଷିଆ ଓ ଭାରତ ଦୁଇ ବନ୍ଧୁ ରାଷ୍ଟ୍ର । ଆମେ ଭାରତୀୟ ସଂସ୍କୃତିକୁ ମାନିଥାଉ । ଏହି ସଂସ୍କୃତି ବହୁତ ପ୍ରାଚୀନ । ଆମେ ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଉ । ଜଗନ୍ନାଥ ଆମ ହୃଦୟରେ ଅଛନ୍ତି'' ବୋଲି କହିଛନ୍ତି ଭାରତୀୟ ସଂସ୍କୃତିକୁ ମନଭରି ଭଲପାଉଥିବା ତିନି ବିଦେଶୀ ।

ସୂଚନା ମୁତାବକ, ଏହି ତିନିଜଣ ଭକ୍ତ ସୁଦୂର ଋଷିଆରୁ ଆସିଛନ୍ତି । ଜଗା ପ୍ରେମ ଏମାନଙ୍କୁ ଟାଣି ଆଣିଛି । ନବଦ୍ବୀପ, ଜଗନ୍ନାଥ ଧାମ ଓ ବୃନ୍ଦାବନ ତିନୋଟି ଜାଗାରେ ପରିକ୍ରମା କରିବାର ସେମାନେ ଇଚ୍ଛା ରଖିଥିବା କହିଛନ୍ତି । ତେବେ ସେମାନେ ହାତରେ ଗୋଡିଟିଏ ଧରୁଛନ୍ତି, ଦଣ୍ଡଟିଏ ମାରି ସେଇଠି ଚିହ୍ନଟିଏ ଦେଉଛନ୍ତି, ସେଇଠୁ ଆରମ୍ଭ ହେଉଛି ଆଉ ଗୋଟିଏ ଦଣ୍ଡବତ । ସତେ ଯେମିତି ବିଶ୍ୱନିଅନ୍ତା କଳାଠାକୁର ନିଜେ ଶିଖେଇ ଦେଉଛନ୍ତି ଭକ୍ତିର ମାର୍ଗକୁ । ବୋଧହୁଏ ଏମାନେ ବେଶୀ ଉପଲବ୍ଧି କରିଛନ୍ତି ଏ ମର୍ମକୁ । ପରିକ୍ରମା ମାର୍ଗର କାମ ଚାଲିଥିବା ବେଳେ ଚାରିଆଡେ ଗୋଡି ବାଲି ଓ ମେଟାଲ ପଡିଛି । ଖାଲ ଖମା ରହିଛି ରାସ୍ତା । ହେଲେ ଏହି ରାସ୍ତାରେ ତିନି ଜଣ ପରିକ୍ରମା କରୁଛନ୍ତି ।

ଋଷିଆର ଜଳବାୟୁ ଓ ଭାରତୀୟ ଜଳବାୟୁ ସମ୍ପୂର୍ଣ୍ଣ ଅଲଗା । ମାର୍ଚ୍ଚ ମାସର ଗୁଳୁଗୁଳି, ଦେହରେ ପ୍ରବଳ ଝାଳ ଅଟକାଇ ପାରିନି ଏମାନଙ୍କ ରାସ୍ତାକୁ । କେଉଁଠି ଋଷିଆର ଥଣ୍ଡା ଜଳବାୟୁ ଆଉ କେଉଁଠି ଭାରତୀୟ ଜଳବାୟୁ । ମାତ୍ର ପ୍ରତିକୂଳ ପରିବେଶକୁ ଖାତିର ନକରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ସବୁ କଷ୍ଟକୁ ସହି ନେଉଛନ୍ତି ତିନି ବିଦେଶୀ ଶ୍ରଦ୍ଧାଳୁ । ସମଗ୍ର ବିଶ୍ୱ କାଳିଆର କଥାରେ ପରିଚାଳିତ । ସବୁଠି ତାଙ୍କ ପାଇଁ ଭକ୍ତି ଆଉ ପ୍ରେମ ଏକଥା ଆଉଥରେ ପ୍ରମାଣିତ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Mar 26, 2023, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.